ଓଡ଼ିଶାରେ ବଢ଼ିବ ବାଘ ସଂଖ୍ୟା, ସମ୍ବଲପୁରକୁ ଆସିବେ ୪ ମହାବଳ

ଓଏଲ୍ ବ୍ୟୁରୋ: ଓଡ଼ିଶାରେ ବଢ଼ିବ ବାଘ ସଂଖ୍ୟା। ସମ୍ବଲପୁରକୁ ଆସିବେ ୪ ମହାବଳ। ଏନେଇ ହୀରାକୁଦ ବନ୍ୟପ୍ରାଣୀ ଡିଏଫଓ ସୂଚନା ଦେଇଛନ୍ତି। କେନ୍ଦ୍ରୀୟ ପ୍ରାଧିକରଣ ଅନୁମତି କ୍ରମେ ୪ଟି ମହାବଳ ବାଘକୁ ସମ୍ବଲପୁରକୁ ଅଣାଯିବ। ପୂର୍ବରୁ ମିଳିଥିବା ସୂଚନା ଅନୁସାରେ, ଓଡ଼ିଶାକୁ ୫ ମହାବଳ ବାଘ ଅଣାଯିବ। ଦେବ୍ରିଗଡ଼ ଅଭୟାରଣ୍ୟ ପାଇଁ ୩ ଓ ଶିମିଳିପାଳ ପାଇଁ ୨ ବାଘ ଆସିବେ। ଅଗଷ୍ଟ ଶେଷ ସୁଦ୍ଧା ଦେବ୍ରିଗଡ଼ ପାଇଁ ମହାରାଷ୍ଟ୍ର, ମଧ୍ୟପ୍ରଦେଶରୁ ମହାବଳ ବାଘ ଅଣାଯିବ। ଅକ୍ଟୋବର ଶେଷ ସୁଦ୍ଧା ଶିମିଳିପାଳ ପାଇଁ ମଧ୍ୟପ୍ରଦେଶ, ମହାରାଷ୍ଟ୍ରରୁ ମହାବଳ ବାଘ ଅଣାଯିବ। ୫ ମହାବଳ ବାଘ ଓଡ଼ିଶା ଆସିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି।