ସିଂହଦ୍ୱାର ଆଗରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି, କାଲି ସନ୍ଧ୍ୟାରେ ସୁନାବେଶ

ଓଏଲ୍ ବ୍ୟୁରୋ: ସିଂହଦ୍ୱାର ଆଗରେ ୩ ରଥ। ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ିଛନ୍ତି ଶ୍ରୀଜିଉ। ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାରରେ ପହଞ୍ଚିଛନ୍ତି। ଶ୍ରୀନଅର ସାମ୍ନାରେ ଲକ୍ଷ୍ମୀ-ନୃସିଂହ ଭେଟ ସମ୍ପନ୍ନ ହୋଇଛି। ଶ୍ରୀ ହରିଶୟନ ଏକାଦଶୀ ତିଥିରେ ବୁଧବାର ରଥ ଉପରେ ଦାରୁ ବ୍ରହ୍ମଙ୍କୁ ସୁନାବେଶ କରାଯିବ। ମହଣ ମହଣ ସୁନାରେ ଆଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଅପରାହ୍ନ ୫ଟାରେ ସୁନାବେଶ ଆରମ୍ଭ ହୋଇ ୬ଟା ୩୦ ସୁଦ୍ଧା ଶେଷ ହେବ। ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ କରିବେ।