ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ, ଅର୍ଡରର ୪୮ ଘଣ୍ଟାରେ ପହଞ୍ଚାଅ ଗ୍ୟାସ୍

ଓଏଲ୍ ବ୍ୟୁରୋ: ପେଟ୍ରୋଲ୍, ଡିଜେଲ୍ ଓ ଏଲ୍ପିଜି ଡିଲର୍ ସଂଘ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ କରିଛନ୍ତି। ଖାଉଟିଙ୍କୁ ଉତ୍ତମ ସେବା ପ୍ରଦାନ ଉପରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, ଗ୍ୟାସ୍ ଅର୍ଡରର ୪୮ ଘଣ୍ଟା ମଧ୍ୟରେ ଘରେ ସିଲିଣ୍ଡର ପହଞ୍ଚିବା ଦରକାର। ଗ୍ୟାସ୍ ଅର୍ଡରର ୪୮ ଘଣ୍ଟା ମଧ୍ୟରେ ଘରେ ନ ପହଞ୍ଚିଲେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଆଲୋଚନା ହୋଇଛି। ପେଟ୍ରୋଲ, ଡିଜେଲ୍ ମାନରେ କୌଣସି ସାଲିସ୍ କରାଯିବନି। ଅପମିଶ୍ରଣ ଯାଞ୍ଚ କରାଯିବ, ହେଉଥିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।