ଗୁରୁବାର ଖୋଲିବ ରତ୍ନଭଣ୍ଡାର, ଶ୍ରୀମନ୍ଦିର ପ୍ରବେଶରେ ଲାଗିବ କଟକଣା
ଓଏଲ୍ ବ୍ୟୁରୋ: ଜୁଲାଇ ୧୮ରେ ଖୋଲିବ ରତ୍ନଭଣ୍ଡାର। ନିର୍ଦ୍ଧାରିତ ହେଲା ଶୁଭ ମୁହୂର୍ତ୍ତ। ଏନେଇ ଆଜି ବୈଠକ ପରେ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ। ସେ କହିଛନ୍ତି, ଗୁରୁବାର ଦିନ ପୁଣିଥରେ ରତ୍ନଭଣ୍ଡାର ଖୋଲାଯିବ। ସକାଳ ୯ଟା ୫୧ରୁ ୧୨.୧୫ ଭିତରେ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରାଯିବ। ଏନେଇ ଶୁଭବେଳା ଧାର୍ଯ୍ୟ ହେଇଛି। ରତ୍ନଭଣ୍ଡାର ଖୋଲାଯିବା ସଂପର୍କରେ ତଦାରଖ କମିଟି ପକ୍ଷରୁ ବୈଠକ କରାଯାଇଥିଲା। କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ, ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଉପସ୍ଥିତ ରହିଥିଲେ। ତେବେ ପୁନର୍ବାର କେବେ ରତ୍ନଭଣ୍ଡାର ଖୋଲାଯିବ ସେ ନେଇ ନିଷ୍ପତି ନିଆଯାଇଛି।
ଅନ୍ୟପଟେ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶଂସା ଅରବିନ୍ଦ ପାଢ଼ୀ କହିଛନ୍ତି ଯେ, ଗୁରୁବାର ଦିନ ଭକ୍ତମାନଙ୍କ ପାଇଁ ମନ୍ଦିର ପ୍ରବେଶ କଟକଣା ରହିବ। ସକାଳ ୯ଟା ପରେ କମିଟି ସଦସ୍ୟ ଶ୍ରୀମନ୍ଦିରକୁ ପ୍ରବେଶ କରିବେ। ପ୍ରାୟ ସକାଳ ୮ଟା ବେଳକୁ ମନ୍ଦିର ପ୍ରବେଶ କଟକଣା କରାଯିବ। ସେହି ସମୟରେ ସାଧାରଣ ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ କଟକଣା ରହିବ।