Odisha Link
Bridging the Missing Links in Odisha

ଟ୍ରେନି ଆଇଏଏସ୍‌ ପୂଜା ଖେଡ଼କରଙ୍କୁ ଝଟକା, ସ୍ଥଗିତ ରଖାଗଲା ଜିଲ୍ଲା ଟ୍ରେନିଂ

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ରର ବିବାଦୀୟ ଟ୍ରେନି ଆଇଏଏସ୍‌ ପୂଜା ଖେଡ଼କରଙ୍କୁ ଝଟକା। ନିଜ କ୍ଷମତାର ଅପବ୍ୟବହାର କରି ବିବାଦରେ ଥିବା ପୁଣେର ଟ୍ରେନି ଆଇଏଏସ୍‌ ପୂଜା ଖେଡକରଙ୍କ ପାଇ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ପୁଣି ଟ୍ରେନିଂ ନେବେ ଆଇଏଏସ୍‌ ବିବାଦୀୟ ଟ୍ରେନି ଆଇଏଏସ୍‌ ପୂଜା ଖେଡ଼କର। ପୁଣି ଥରେ ଟ୍ରେନିଂ ନେବାକୁ ଆଇଏଏସ୍‌ ଏକାଡେମୀ ଯିବେ ପୂଜା। ପୂଜାଙ୍କ ଜିଲ୍ଲା ଟ୍ରେନିଂକୁ ସ୍ଥଗିତ ରଖିଲେ ମସୌରୀ ଆଇଏଏସ୍‌ ଏକାଡେମୀ। ଜିଲ୍ଲା ଟ୍ରେନିଂ ସ୍ଥଗିତ କରି ପୁଣି ମସୌରୀ ଆସିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଜୁଲାଇ ୨୩ ସୁଦ୍ଧା ମସୌରୀ ଟ୍ରେନିଂ ଏକାଡେମୀରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁସାରେ, ନକଲି ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ପୂଜା ଆଇଏଏସ୍‌ ଚାକିରି ପାଇବାରେ ସକ୍ଷମ ହୋଇଥିବା ଅଭିଯୋଗ ହେବା ପରେ ତାଙ୍କ ଚାକିରି ସଙ୍କଟ ମଧ୍ୟକୁ ଚାଲି ଯାଇଛି। ଯେଉଁ ସରକାରୀ ହସ୍ପିଟାଲ ପୂଜାଙ୍କୁ ମାନସିକ ରୂପେ ଅସୁସ୍ଥ ଥିବା ସହ ଦୃଷ୍ଟିବାଧିତ ଥିବା ଦର୍ଶାଇ ସାର୍ଟିଫିକେଟ ପ୍ରଦାନ କରିଥିଲେ ଏବେ ଉକ୍ତ ହସ୍ପିଟାଲକୁ ରିପୋର୍ଟ ତଲବ କରାଯାଇଛି। ଏହି ରିପୋର୍ଟକୁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ସମ୍ମୁଖରେ ହାଜର କରାଯିବ। ରିପୋର୍ଟରେ କୌଣସି ଭୁଲ୍‌ ଥିବା ପ୍ରମାଣିତ ହେଲେ ପୂଜାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.