Odisha Link
Bridging the Missing Links in Odisha

ଗୁରୁବାର ସଂଜରେ “ରସଗୋଲା ସଂଗୀତ” ଶ୍ରୋତାର୍ପଣ ସମାରୋହ

ଓଏଲ୍‌ ବ୍ୟୁରୋ: ରସଗୋଲା ଦିବସର ଅବ୍ୟବହିତ ପୂର୍ବରୁ ଅର୍ଥାତ ଆସନ୍ତାକାଲି ୧୮ ତାରିଖରେ ରସଗୋଲା ସଂଗୀତର ଶ୍ରୋତାର୍ପଣ ସମାରୋହ ଆୟୋଜିତ ହେବାକୁ ଯାଉଛି। ରସଗୋଲା ଦିବସ ଅବସରର ଦିନକ ପୂର୍ବରୁ “ରସଗୋଲା ସଂଗୀତ”ର ଶ୍ରୋତାର୍ପଣ ଉତ୍ସବ ଜୟଦେବ ଭବନଠାରେ ସନ୍ଧ୍ୟା ୬ଟାରେ ଅନୁଷ୍ଠିତ ହେବ। ଏହି ଭବ୍ୟ ଉତ୍ସବରେ ଅତିଥି ଭାବେ ବିଶିଷ୍ଠ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ଶାସ୍ତ୍ରୀୟ ସଂଗୀତଜ୍ଞ ପଦ୍ମଶ୍ରୀ ଡ. ଶ୍ୟାମାମଣି ଦେବୀ, ଓଡ଼ିଆ ଭାଷା-ସାହିତ୍ୟ ଓ ସଂସ୍କୃତି ତଥା କ୍ରୀଡ଼ା ଓ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଲୋକସଭା ସାଂସଦ ଡା. ସମ୍ବିତ ପାତ୍ର ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା କୃଷି ବିଭାଗର ପ୍ରମୁଖ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ମଞ୍ଚମଣ୍ଡନ କରିବେ।

ଆହ୍ୱାନଧର୍ମୀ ଏ ଗୀତର ପରିକଳ୍ପନା ଓ ରଚନା ଜଣାଶୁଣା ଲେଖକ ଶୁଭ୍ରାଂଶୁ ପଣ୍ଡା କରିଥିବାବେଳେ ସଂଗୀତ ନିର୍ଦ୍ଦେଶନା ଓ କଣ୍ଠଦାନ କରିଛନ୍ତି ଅଭିଜିତ ମିଶ୍ର। ଏହି ଅବସରରେ ବିଶିଷ୍ଠ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଏବଂ ତାଙ୍କ ଦଳ ଦ୍ୱାରା ରସଗୋଲା ସଂଗୀତରେ ନୃତ୍ୟ ପରିବେଷଣ କରାଯିବ ବୋଲି ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା କହିଛନ୍ତି। ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡ ଦ୍ବାରା ପ୍ରସ୍ତୁତ ରସଗୋଲା ସଂଗୀତର ଶ୍ରୋତାର୍ପଣ ସମାରୋହକୁ ସମସ୍ତଙ୍କୁ ସାଦର ନିମନ୍ତ୍ରଣ କରାଯାଇଛି।

Leave A Reply

Your email address will not be published.