Odisha Link
Bridging the Missing Links in Odisha

କାଲି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର, ମନ୍ଦିର ପ୍ରବେଶରେ ଲାଗିବ କଟକଣା

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ଅର୍ଥାତ ଜୁଲାଇ ୧୮ରେ ଖୋଲିବ ରତ୍ନଭଣ୍ଡାର। ଭିତର ରତ୍ନଭଣ୍ଡାର ରତ୍ନ ସ୍ଥାନାନ୍ତର ଓ ମରାମତି ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ପ୍ରତିକ୍ରିୟା ରଖିଛନ୍ତି। ସକାଳ ୮ଟାରୁ ସିଂହଦ୍ୱାରକୁ ଛାଡ଼ି ଅନ୍ୟ ୩ ଦ୍ୱାର ବନ୍ଦ କରାଯିବ। ଶ୍ରୀମନ୍ଦିର ଭିତରକୁ ପ୍ରବେଶ ସହ ଦର୍ଶନ ଉପରେ କଟକଣା ରହିବ। ସିଂହଦ୍ୱାର ଦେଇ ଅଧିକୃତ ବ୍ୟକ୍ତି ଓ ମନ୍ଦିରରେ ସେବା ଥିବା ସେବାୟତ ଯିବେ। ପ୍ରଥମେ ଭିତର ରତ୍ନଭଣ୍ଡାରରୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯିବ। ସ୍ଥାନାନ୍ତର ପରେ ଆନୁଷଙ୍ଗିକ ପ୍ରକ୍ରିୟା ସାରି ଏଏସଆଇକୁ ରତ୍ନଭଣ୍ଡାର ହସ୍ତାନ୍ତର କରାଯିବ।

ସୂଚନା ଅନୁସାରେ, ଗୁରୁବାର ଦିନ ପୁଣିଥରେ ରତ୍ନଭଣ୍ଡାର ଖୋଲାଯିବ। ସକାଳ ୯ଟା ୫୧ରୁ ୧୨.୧୫ ଭିତରେ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରାଯିବ। ଏନେଇ ଶୁଭବେଳା ଧାର୍ଯ୍ୟ ହେଇଛି। ରତ୍ନଭଣ୍ଡାର ଖୋଲାଯିବା ସଂପର୍କରେ ତଦାରଖ କମିଟି ପକ୍ଷରୁ ବୈଠକ କରାଯାଇଥିଲା। କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ, ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଉପସ୍ଥିତ ରହିଥିଲେ। ତେବେ ପୁନର୍ବାର କେବେ ରତ୍ନଭଣ୍ଡାର ଖୋଲାଯିବ ସେ ନେଇ ନିଷ୍ପତି ନିଆଯାଇଛି।

ଅନ୍ୟପଟେ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶଂସା ଅରବିନ୍ଦ ପାଢ଼ୀ କହିଛନ୍ତି ଯେ, ଗୁରୁବାର ଦିନ ଭକ୍ତମାନଙ୍କ ପାଇଁ ମନ୍ଦିର ପ୍ରବେଶ କଟକଣା ରହିବ। ସକାଳ ୯ଟା ପରେ କମିଟି ସଦସ୍ୟ ଶ୍ରୀମନ୍ଦିରକୁ ପ୍ରବେଶ କରିବେ। ପ୍ରାୟ ସକାଳ ୮ଟା ବେଳକୁ ମନ୍ଦିର ପ୍ରବେଶ କଟକଣା କରାଯିବ। ସେହି ସମୟରେ ସାଧାରଣ ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ କଟକଣା ରହିବ।

Leave A Reply

Your email address will not be published.