Odisha Link
Bridging the Missing Links in Odisha

ବିଜେଡିର ଛାୟା କ୍ୟାବିନେଟ; ସାଂସଦଙ୍କ ପ୍ରଶ୍ନ-ଛାୟା ମୁଖ୍ୟମନ୍ତ୍ରୀ କିଏ?

ଓଏଲ୍‌ ବ୍ୟୁରୋ: ମୋହନ ସରକାର ଉପରେ ନଜର ରଖିବାକୁ କମିଟି ଗଠନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଓଡ଼ିଶାରେ ପ୍ରଥମ ଥର ସରକାର କରିଥିବା ଭାରତୀୟ ଜନତାପାର୍ଟିକୁ ଜଗିବ ବିଜୁ ଜନତାଦଳ। ବିଜେପି ସରକାରର ପ୍ରତ୍ୟକ ବିଭାଗକୁ ନଜର ରଖିବାକୁ ଓଡିଶା ବାସୀଙ୍କ ସେବାରେ ନିଜକୁ ୨୫ ବର୍ଷ ସମର୍ପି ଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ମୁଖିଆ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ଦଳର ବିଧାୟକ ମାନଙ୍କୁ ଦାୟିତ୍ଵ ପ୍ରଦାନ କରିଛନ୍ତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଉପରେ ନଜର ରଖିବାକୁ ବିଜୁ ଜନତା ଦଳର ୫୦ ଜଣ ବିଧାୟକଙ୍କୁ ଦାୟିତ୍ବ ବାଣ୍ଟିଛନ୍ତି।

ଏହି ପ୍ରସଙ୍ଗକୁ ନେଇ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ, ଆମେ ଖୁସି, ଆମକୁ ଶକ୍ତ ବିରୋଧୀ ଦଳ ମିଳିଛି। ସେମାନେ ଜଗନ୍ତୁ, ଆମେ ଡରିବୁ କାହିଁକି। ଆମେ ରାଜକୋଷ ଲୁଟିବା ଯୋଜନାରେ ନାହୁଁ। ଆମ ଓଡ଼ିଶା, ନବୀନ ଓଡ଼ିଶା, ୫-ଟି କାଢ଼ିବୁ। ଆମ ଶତ ପ୍ରତିଶତ କାମ କରିବାକୁ ଆସିଛୁ, ଡରିବୁ କାହିଁକି। ଛାୟା କ୍ୟାବିନେଟ କଲେ, ଛାୟା ମୁଖ୍ୟମନ୍ତ୍ରୀ କିଏ ବୋଲି ପ୍ରଶ୍ନ କରିଛନ୍ତି। ଯାହା ଉପରେ ସିଏ ଭରସା କରିଥିଲେ ସିଏ ଆଉଟ୍ ବୋଲି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି।

Leave A Reply

Your email address will not be published.