ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ
ଓଏଲ୍ ବ୍ୟୁରୋ: ରାଜ୍ୟ ମନ୍ତ୍ରୀ ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଥିବାବେଳେ ୨୦୨୪-୨୫ ବର୍ଷର ବଜେଟରେ ବାଜିପାରେ ମୋହର। ଆସନ୍ତା ୨୫ ତାରିଖରେ ବିଧାନସଭାରେ ରାଜ୍ୟ ସରକାର ୨୦୨୪-୨୦୨୫ ମସିହା ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ଏହା ପୂର୍ବରୁ ଆଜି ବୈଠକ କରାଯାଇଛି।