Odisha Link
Bridging the Missing Links in Odisha

ଖୋଲିଲା ଭିତର ରତ୍ନଭଣ୍ଡାର, ଶ୍ରୀମନ୍ଦିରରେ ଗଜପତି ମହାରାଜା

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିଲା। ରଥରେ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ସହ ଭିତର ରତ୍ନଭଣ୍ଡାର ଖୋଲିବାକୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି ତଦାରଖ କମିଟିର ୧୧ ସଦସ୍ୟ। ଏସବୁ ଭିତରେ ଗଜପତି ମହାରାଜଙ୍କୁ ନେଇ ଚର୍ଚ୍ଚା ବଢୁଥିବାବେଳେ ଶ୍ରୀନଅରରୁ ବାହାରି ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀମନ୍ଦିର ଭିତରକୁ ପ୍ରଵେଶ କରିଛନ୍ତି। ଦକ୍ଷିଣ ଦ୍ୱାରା ଦେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀମନ୍ଦିର ଭିତରକୁ ପ୍ରଵେଶ କରିଛନ୍ତି। ଭିତର ରତ୍ନଭଣ୍ଡାରକୁ ଯାଇପାରନ୍ତି ଗଜପତି ମହାରାଜ। ରତ୍ନଭଣ୍ଡାରକୁ ଯିବା ପୂର୍ବରୁ ଯାଞ୍ଚ କମିଟି ପକ୍ଷରୁ ବସିଥିବା ବୈଠକରେ ଭିତର ରତ୍ନଭଣ୍ଡାରକୁ ଯିବା ପାଇଁ ଗଜପତି ମହାରାଜଙ୍କୁ ଅନୁରୋଧ କରାଯାଇଛି ବୋଲି କମିଟି ଅଧ୍ୟକ୍ଷ ଓ ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ।

Leave A Reply

Your email address will not be published.