Odisha Link
Bridging the Missing Links in Odisha

ରତ୍ନଭଣ୍ଡାର ମରାମତି ପରେ ଗଣତି ହେବ ଅଳଙ୍କାର, ସମୟ ନିର୍ଦ୍ଧାରଣ କରିବେ ମୁଖ୍ୟ ପ୍ରଶାସକ

ଓଏଲ୍‌ ବ୍ୟୁରୋ: ଖୋଲିଲା ଭିତର ରତ୍ନଭଣ୍ଡାର। ରତ୍ନଭଣ୍ଡାର ଭିତରକୁ ଯାଇ ଅନୁଧ୍ୟାନ କଲେ ଗଜପତି ମହାରାଜ। ଆଜି ସଂଧ୍ୟା ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରାଯିବ ବୋଲି କହିଛନ୍ତି ଗଜପତି ମହାରାଜ। ଗଜପତି ମହାରାଜଙ୍କ ସହ ମୋଟ ୧୧ ଜଣିଆ କମିଟି ସଦସ୍ଯ ଭଣ୍ଡାର ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ତାଙ୍କ ସହ ଯାଇଥିଲେ ଓଡ୍ରାଫ ଟିମ ଓ ଅଗ୍ନିଶମ ବାହିନୀ। ଭିତରକୁ ନିଆଯାଇଛି ଅକ୍ସିଜେନ ସିଲିଣ୍ଡର ଓ ଆଧୁନିକ ସରଞ୍ଜାମ। ଭିତରକୁ ଯାଇଛନ୍ତି ସ୍ନେକ ହେଲପଲାଇନ ସଦସ୍ଯ।

ଶ୍ରୀମନ୍ଦିର ଭିତରକୁ ନିଆଯାଇଥିଲା ୪ଟି ଲକ୍ ବ୍ରେକର। କମିଟି ଅଧ୍ଯକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଓ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଅରବିନ୍ଦ ପାଢୀ ଉପସ୍ଥିତ ଥିଲେ। ସ୍ଥିତି ଦେଖି ତତକାଳ ନିଷ୍ପତ୍ତି ନିଆଯିବ ବୋଲି କମିଟି ଅଧ୍ଯକ୍ଷ ଜଷ୍ଟିସ ରଥ କହିଛନ୍ତି। ସମସ୍ତ ଅଳଙ୍କାର ସିସିଟିଭି ନଜରରେ ରହିଛି ବୋଲି ଗଜପତି ମହାରାଜା ସୂଚନା ଦେଇଛନ୍ତି।

ଗଜପତି ମହାରାଜା ଆହୁରି ମଧ୍ୟ କହିଛନ୍ତି ଯେ, ରତ୍ନ ଅଳଙ୍କାର ସ୍ଥାନାନ୍ତର ପରେ ଶେଜଘରେ ତାଲା ପଡିବ। ଆଉ ନିୟମ ମୁତାବକ, ଏହାର ଚାବି ସରକାରୀ ଟ୍ରେଜେରୀରେ ରହିବ। ବାହାର ଓ ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ପରେ ଏହାର ସ୍କାନିଂ କରାଯିବ। ଏହାପରେ ରତ୍ନଭଣ୍ଡାରକୁ ଏଏସଆଇକୁ ହସ୍ତାନ୍ତର କରାଯିବ। ଏଏସଆଇ ଏହାପରେ ଯାଇ ରତ୍ନଭଣ୍ଡାରର ମରାମତି କରିବ। ମରାମତି ସମୟରେ ଭକ୍ତଙ୍କ ଦର୍ଶନରେ କୌଣସି ଅସୁବିଧା ହେବନି ବୋଲି ଗଜପତି ମହାରାଜା ସୂଚନା ଦେଇଛନ୍ତି।

ରତ୍ନଭଣ୍ଡାରରେ ସୁଡ଼ଙ୍ଗ ଥିବା ଆଲୋଚନା ନେଇ ଗଜପତି କହିଛନ୍ତି, ସୁଡ଼ଙ୍ଗ ବା ଗୁପ୍ତ ଦ୍ବାର କିଛି ଅଛି କି ନାହିଁ ଏଏସ୍‌ଆଇ ଅନୁଧ୍ୟାନ କରିବ। ଏଏସ୍‌ଆଇ ଲେଜର ସ୍କାନିଂ କରି ସୁଡ଼ଙ୍ଗ ଅଛି କି ନାହିଁ ଦେଖିବ। ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର ଆଗ ମରାମତି କରାଯିବ। ମରାମତି କାର୍ଯ୍ୟ ଶେଷ ହେଲା ପରେ ଅଳଙ୍କାର ଗଣତି, ମଣତି ହେବ। ତଦାରଖ କମିଟି ଓ ପରିଚାଳନା କମିଟି ଉପସ୍ଥିତିରେ ଗଣତି, ମଣତି ହେବ। ମରାମତି ସଂପୂର୍ଣ୍ଣ ନସରିବା ଯାଏ ଗଣତି, ମଣତି କରାଯିବନି।

ରତ୍ନଭଣ୍ଡାର ସଂପୂର୍ଣ୍ଣ ଖାଲି ହେଲା ପରେ ଲେଜର ସ୍କାନିଂ କରାଯିବ। ଭିତରେ ଆଉ କିଛି ନାହିଁ ବୋଲି ସ୍ପଷ୍ଟ ହେଲା ପରେ ASIକୁ ହସ୍ତାନ୍ତର କରାଯିବ। ବାହାର ଏବଂ ଭିତର ରତ୍ନଭଣ୍ଡାର ମରାମତି ନିତାନ୍ତ ଆବଶ୍ୟକ। କେଉଁ କାଳରୁ କେବେ ମରାମତି ହୋଇଥିଲା, କେହି ଜାଣନ୍ତିନି। ୧୯୭୧ରୁ ଏଏସ୍‌ଆଇ ଦାୟିତ୍ବ ନେବା ପରେ ଆଦୌ ମରାମତି ହୋଇନି। ମରାମତି ବେଳେ ନୀତିକାନ୍ତି ଓ ଦର୍ଶନ ଉଭୟ ପ୍ରଭାବିତ ନହେବାକୁ ଗୁରୁତ୍ବ। ଏ ସଂପର୍କରେ ଅନୁଧ୍ୟାନ କରି ମୁଖ୍ୟ ପ୍ରଶାସକ ମରାମତି ସମୟ ନିର୍ଦ୍ଧାରଣ କରିବେ। ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଧାରିତ ସମୟରେ ଏଏସ୍‌ଆଇ ମରାମତି କରିବ।

Leave A Reply

Your email address will not be published.