ଧବଳେଶ୍ୱର ପୀଠରେ ପ୍ଲାଷ୍ଟିକ୍ ମନା, ମାଟି ଓ ପିତଳ କଳସରେ ହେବ ଜଳାଭିଷେକ
ଓଏଲ୍ ବ୍ୟୁରୋ: ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ଭାବେ ନିଷେଦ୍ଧ କରାଯାଇଛି। ପ୍ଲାଷ୍ଟିକ କଳସ, ପ୍ଲାଷ୍ଟିକ ତିଆରି ଅନ୍ୟ ସାମଗ୍ରୀ ସଂପୂର୍ଣ୍ଣ ସମ୍ପୂର୍ଣ୍ଣ ଭାବେ ନିଷେଦ୍ଧ କରାଯାଇଛି। ଏନେଇ ଦେବୋତ୍ତର ବିଭାଗ ଓ ପୂଜକ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ନୂଆ ପୋଲ ପୂର୍ବରୁ ଶ୍ରାବଣ ସୋମବାର ବାହୁଙ୍ଗି ରଖିବେ କାଉଡ଼ିଆ। କେବଳ ମାଟି ଓ ପିତଳ କଳସ ନେଇ ଜଳ ଲାଗି ହେବ ବୋଲି ନିଷ୍ପତି ନିଆଯାଇଛି।