ଶ୍ରୀମନ୍ଦିରକୁ ଗଲେ ଅଧିକୃତ ଟିମ୍, ଖୋଲିଲା ଭିତର ରତ୍ନଭଣ୍ଡାର
![](https://www.odishalink.com/wp-content/uploads/2024/06/ratna-750x384.jpg)
ଓଏଲ୍ ବ୍ୟୁରୋ: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିଲା। ରଥରେ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ସହ ଭିତର ରତ୍ନଭଣ୍ଡାର ଖୋଲିବାକୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି ତଦାରଖ କମିଟିର ୧୧ ସଦସ୍ୟ। କମିଟି ସଦସ୍ୟ ଭିତରକୁ ଯିବା ପୂର୍ବରୁ ଓଡ୍ରାଫ୍ ଟିମ, ସ୍ନେକ ହେଲପଲାଇନ ଟିମ, ଅଗ୍ନିଶମ ବାହିନୀ ଭିତରକୁ ଯାଇଛନ୍ତି। କୌଣସି ବି ପରିସ୍ଥିତିର ମୁକାବିଲା ପାଇଁ ସମସ୍ତେ ସଜାଗ ରହିଛନ୍ତି। ପ୍ରବେଶ କରିବା ପରେ ଜିନିଷ ପତ୍ରଗୁଡିକୁ ଆଖିରେ ଦେଖିବେ, ପରେ ଅଳଙ୍କାରଗୁଡିକୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ। କମିଟିର ସଦସ୍ୟମାନେ କୌଣସି ଅଳଙ୍କାର ପିନ୍ଧି ଭିତରକୁ ଯାଇପାରିବେ ନାହିଁ। ପୂର୍ବ ଏସଓପିକୁ ପାଳନ କରାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ରତ୍ନ ଅଳଙ୍କାର ସବୁ ସୁରକ୍ଷିତ ଭାବେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯିବ। ରତ୍ନ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାର ‘ଖଟଶେଜ ଘର’କୁ ସ୍ଥାନାନ୍ତର ହେବ।