Odisha Link
Bridging the Missing Links in Odisha

ମନ୍ତ୍ରୀଙ୍କ ଦୃଢ଼ୋକ୍ତି; ବନ୍ଦ ହେବନି ଆହାର ଯୋଜନା

ଓଏଲ୍‌ ବ୍ୟୁରୋ: ଆଜି କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଆହାର କେନ୍ଦ୍ର ବୁଲି ସମୀକ୍ଷା କରିବା ସହ ଟୋକେନ୍ କାଟି ନିଜେ ଲୋକଙ୍କ ସହ ବସି ଆହାର କେନ୍ଦ୍ରରେ ଖାଇଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଖାଦ୍ୟରେ ପରିବା କମିଥିବା କଥା ସ୍ୱୀକାର କଲେ ମନ୍ତ୍ରୀ। ଖାଦ୍ୟ ଥାଳିରେ କ’ଣ ଅଧିକ ଦେଇହେବ ତାକୁ ନେଇ ବିଭାଗ ସମୀକ୍ଷା କରିବ ବୋଲି ମନ୍ତ୍ରୀ ଆଶ୍ଵାସନା ଦେଇଛନ୍ତି। ସ୍ୱଚ୍ଛ ଓ ଖୋଲା ପରିବେଶରେ ଖାଦ୍ୟ ପରସିବା ସହ, ସେବା ମନବୃତ୍ତି ରଖି ଏସଏଚଜି ମହିଳାମାନେ ଖାଦ୍ୟ ପରସିବାକୁ ମନ୍ତ୍ରୀ କହିଛନ୍ତି। ତେବେ ଆହାର କେନ୍ଦ୍ର ମୁଖ୍ୟତଃ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ହୋଇଛି ଏହା ଚାଲୁରହିବ। ଆହାର କେନ୍ଦ୍ରର ନାମ ପରିବର୍ତ୍ତନ କଥା ଆବଶ୍ୟକ ହେଲେ ଆଲୋଚନା କରାଯିବ ବୋଲି ଏନେଇ ଆଜି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସ୍ପଷ୍ଟୋକ୍ତି ରଖିଛନ୍ତି।

Leave A Reply

Your email address will not be published.