ଜୁଲାଇ ୨୪ରେ ଉପବାଚସ୍ପତି ନିର୍ବାଚନ, ୨୧ରେ ବସିବ ସର୍ବଦଳୀୟ ବୈଠକ

ଓଏଲ୍ ବ୍ୟୁରୋ: ଆସନ୍ତା ୨୨ ତାରିଖରୁ ଆରମ୍ଭ ହେଉଛି ସଂସଦର ଅଧିବେଶନ। ଏଥିରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରାଯିବ।ଏହା ପୂର୍ବରୁ ୨୧ ତାରିଖରେ ସର୍ବଦଳୀୟ ବୈଠକ ବସିବ। ତେବେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ବିଧାନସଭା ସୁରୁଖୁରରେ ଚଳାଇବା ନେଇ ସବୁ ଦଳର ମତାମତ ନେବେ ବାଚସ୍ପତି। ସେହିଭଳି ୨୩ ତାରିଖରେ ଉପବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ହେବ। ଜୁଲାଇ ୨୪ରେ ଉପବାଚସ୍ପତି ନିର୍ବାଚନ ହେବ।