Odisha Link
Bridging the Missing Links in Odisha

ରତ୍ନଭଣ୍ଡାରକୁ ନେଇ ସାଂସଦଙ୍କ ବଡ଼ ବୟାନ, ଦୋଷୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଓଏଲ୍‌ ବ୍ୟୁରୋ: ଗତକାଲି ଭିତର ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ସ୍ଥାନାନ୍ତର କରାଯାଇଛି। ବହୁ ଦିନର ଅପେକ୍ଷା ପରେ ଏହା ସମ୍ଭବ ହୋଇଛି। ରତ୍ନଭଣ୍ଡାର ଅଳଙ୍କାର ପ୍ରସଙ୍ଗକୁ ନେଇ କଟକ ସାଂସଦ ଭର୍ତ୍ତୃହରି ମହତାବ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ରତ୍ନଭଣ୍ଡାର ଅଳଙ୍କାରକୁ ନେଇ କୌଣସି ଏପଟେ ସେପଟ କରାଯାଇଥିଲେ, ସମ୍ପୃକ୍ତ ଦୋଷୀଙ୍କୁ ଜେଲ ପଠାଇ ଦିଆଯିବ।

ଆଜି ରଥରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦର୍ଶନ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରତିଶ୍ରୁତି ଦେଇଥିଲୁ, ରତ୍ନଭଣ୍ଡାର ଖୋଲିଲୁ। ଆଗକୁ ମଣତି ଓ ଗଣତି କରାଯିବ। ପ୍ରଭୁ ବଳଭଦ୍ର ପଡ଼ିଯିବା ବେଶ ଆଘାତ ଦେଇଛି। ଆଗକୁ ଏଭଳି କାର୍ଯ୍ୟ ନ ହେବ ସେ ଦିଗରେ ଧ୍ୟାନ ଦିଆଯିବ।

ଅନ୍ୟପଟେ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏବେ ମଣତି ଓ ଗଣତି ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ପୂର୍ବରୁ ଏସଓପିରେ ଥିବା ଦୁଇଟି କାର୍ଯ୍ୟ ଶେଷ ହୋଇଛି। ରତ୍ନଭଣ୍ଡାର ଖୋଲିବା ଓ ଅଳଙ୍କାର ସ୍ଥାନାନ୍ତର ଶେଷ ହୋଇଛି।

Leave A Reply

Your email address will not be published.