ବିଜେପି ସାଂସଦଙ୍କ ବଡ଼ ବୟାନ, ପାଲଟା ଜବାବ ଦେଲେ ଦେବାଶିଷ ସାମନ୍ତରାୟ
ଓଏଲ୍ ବ୍ୟୁରୋ: ଗତକାଲି ଭିତର ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ସ୍ଥାନାନ୍ତର କରାଯାଇଛି। ବହୁ ଦିନର ଅପେକ୍ଷା ପରେ ଏହା ସମ୍ଭବ ହୋଇଛି। ରତ୍ନଭଣ୍ଡାର ଅଳଙ୍କାର ପ୍ରସଙ୍ଗକୁ ନେଇ କଟକ ସାଂସଦ ଭର୍ତ୍ତୃହରି ମହତାବ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ରତ୍ନଭଣ୍ଡାର ଅଳଙ୍କାରକୁ ନେଇ କୌଣସି ଏପଟେ ସେପଟ କରାଯାଇଥିଲେ, ସମ୍ପୃକ୍ତ ଦୋଷୀଙ୍କୁ ଜେଲ ପଠାଇ ଦିଆଯିବ। ଏହି ବୟାନ ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି।
ଦେବାଶିଷ ସାମନ୍ତରାୟ କହିଛନ୍ତି, ଭର୍ତ୍ତୃହରି ସ୍ପଷ୍ଟ କରନ୍ତୁ ଅଳିଆ କିଏ, କେଉଁ ଦଳରେ ଅଳିଆ ଅଛନ୍ତି। କାହାକୁ ଇଙ୍ଗିତ କରିଛନ୍ତି, ତାଙ୍କ ଦଳରେ ନା ଆମ ଦଳରେ ସ୍ପଷ୍ଟ କରନ୍ତୁ। ଦୀର୍ଘ ବର୍ଷ ବିଜେଡିରେ ଥିଲେ, ଯଦି ଅଳିଆ ଥିଲେ ଫୋରମ୍ରେ କହିବାର ଥିଲା। ଏବେ ଦଳ ପରିବର୍ତ୍ତନ କରିଥିବାରୁ ଏପରି କଥା କହୁଛନ୍ତି। କେନ୍ଦ୍ରରେ ତାଙ୍କର, ରାଜ୍ୟରେ ବି ତାଙ୍କ ସରକାର, ଅଳିଆ ସଫା କରାନ୍ତୁ। ସଂସଦରେ ମହାନଦୀ ପ୍ରସଙ୍ଗ ଉଠାନ୍ତୁ, ଏପରି ଅବାନ୍ତର ପ୍ରସଙ୍ଗ ନ ଉଠାନ୍ତୁ ବୋଲି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି।