Odisha Link
Bridging the Missing Links in Odisha

ମାଇକ୍ରୋସଫ୍ଟ ସର୍ଭରରେ ସମସ୍ୟା, ଇଣ୍ଡିଗୋ ବିମାନ ସେବା ବାତିଲ

ଓଏଲ୍‌ ବ୍ୟୁରୋ: ମାଇକ୍ରୋସଫ୍ଟ ସର୍ଭରରେ ଟେକ୍ନିକାଲ୍‌ ସମସ୍ୟା ଦେଖାଦେଇଥିବା ଜଣା ପଡିଛି। ସମସ୍ୟା ଯୋଗୁଁ ବିଭିନ୍ନ ସେବା ପ୍ରଭାବିତ ହୋଇଛି। ଟେଲିକମ୍‌, ଏୟାରଲାଇନ୍‌ସ, ବ୍ୟାଙ୍କ ସେବା ପ୍ରଭାବିତ ହୋଇଛି। ସେହିଭଳି ଭାରତର କିଛି ବିମାନ ବନ୍ଦରରେ ସମସ୍ୟା ଦେଖାଦେଇଥିବାବେଳେ ଟିକେଟ ବୁକିଂରୁ ଚେକ୍‌ ଇନ୍‌ ପର୍ଯ୍ୟନ୍ତ ସମସ୍ୟା ଲାଗିରହିଛି। ଦେଶରେ ବିଭିନ୍ନ ବିମାନବନ୍ଦରରେ ସମସ୍ୟା ଦେଖାଯାଇଛି। ଇଣ୍ଡିଗୋ ଓ ସ୍ପାଇସ୍‌ ଜେଟ୍‌ କଂପାନୀରେ ସମସ୍ୟା ରହିଥିବା ଜଣା ପଡିଛି। ମାଇକ୍ରୋସଫ୍ଟ ସର୍ଭରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଇଣ୍ଡିଗୋ ବିମାନ ସେବା ବାତିଲ କରିଦେଇଛି। ବାତିଲ ହୋଇଥିବା ବିମାନକୁ ନେଇ ଇଣ୍ଡିଗୋ ଟ୍ୱିଟ କରିଛି।

https://x.com/IndiGo6E/status/1814245981254189260

ଅନ୍ୟପଟେ, ଏୟାର ଇଣ୍ଡିଆ ବିମାନ AI୧୮୩ ୧୦ ଘଣ୍ଟାରୁ ଅଧିକ ସମୟ ଋଷର କ୍ରାସନୋୟାସର୍କ ବିମାନ ବନ୍ଦରରେ ଫସି ରହିଛି। ନୂଆଦିଲ୍ଲୀରୁ ସାନ ଫ୍ରାନ୍ସିସ୍କୋ ଯାଉଥିବା ଏୟାର ଇଣ୍ଡିଆ ବିମାନର କାର୍ଗୋରେ ତ୍ରୁଟି କାରଣରୁ କ୍ରାସନୋୟାସର୍କ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି। ବିମାନ ବନ୍ଦରରେ ଜରୁରୀ ଅବତରଣ ପରେ ୨୨୦ ଯାତ୍ରୀ ଓ ୧୯ କ୍ରୁ ମେମ୍ବରଙ୍କୁ ଟର୍ମିନାଲରେ ଓହ୍ଲାଇ ଦିଆଯାଇଥିଲା। କିନ୍ତୁ ବିମାନ କର୍ତ୍ତୃପକ୍ଷ କ୍ରୁ ସଦସ୍ୟଙ୍କ ପାଇଁ ଖାଇବା ଓ ରହିବାର ହୋଟେଲରେ ବ୍ୟବସ୍ଥା କରିଛି। କିନ୍ତୁ ଯାତ୍ରୀଙ୍କ ପାଇଁ ଖାଇବା ରହିବାର ବ୍ୟବସ୍ଥା ନ ହୋଇଥିବାରୁ ବିମାନ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.