ପୁରୀରେ ନଡ୍ଡାଙ୍କ ଅଭିଭାଷଣ; କହିଲେ-ବିଜେପିରେ ନାହିଁ ପରିବାରବାଦ
ଓଏଲ୍ ବ୍ୟୁରୋ: ଆସନ୍ତା ୨୨ ତାରିଖରୁ ଆରମ୍ଭ ହେଉଛି ସଂସଦର ଅଧିବେଶନ। ଏଥିରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରାଯିବ। ଏହା ପୂର୍ବରୁ ଆଜିଠୁ ବିଜେପିର ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି। ପୁରୀରେ ଆୟୋଜିତ କାର୍ଯ୍ୟକାରିଣୀକୁ ଉଦଘାଟନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା। ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ସମ୍ବୋଧନ କରି କହିଛନ୍ତି, ଭାରତୀୟ ଜନତା ପାର୍ଟିରେ ପରିବାରବାଦ ନାହିଁ।
ଓଡ଼ିଶାରେ ବିଜେପି ସରକାର ପାଇଁ ଲୋକଙ୍କୁ କୃତଜ୍ଞତା। ଉତ୍କଳର ମହାପୁରୁଷଙ୍କ ସ୍ମୃତିଚାରଣ କରି କହିଛନ୍ତି, ଆଦିବାସୀ ଭାଇମାନେ ମଧ୍ୟ ଏଠାରେ ବିଜେପିକୁ ଆଶୀର୍ବାଦ ଦେଇଛନ୍ତି। ୬୦ ବର୍ଷ ପରେ ମୋଦୀ ଦେଶରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଆନ୍ଧ୍ର ଓ ଅରୁଣାଚଳ ପ୍ରଦେଶରେ ମଧ୍ୟ ବିଜେପି ସରକାର ଗଠିତ ହୋଇଛି। ଭାରତୀୟ ଜନତା ପାର୍ଟି ଏବେ ସମ୍ପୂର୍ଣ୍ଣ ଦେଶର ପାର୍ଟି ବନି ପାରିଛି। ଦେଶର ୫୮ ପ୍ରତିଶତ ଭୂଭାଗରେ ବିଜେପିର ଶାସନ ରହିଛି। ଦେଶର ୧୩ ରାଜ୍ୟରେ କଂଗ୍ରେସ ପାର୍ଟି ଜିରୋ ଅଛି। ପୂରା ଇଣ୍ଡିଆ ଆଲାଏନ୍ସ ଉପରେ ଏକେଲା ବିଜେପି ଭାରି ପଡ଼ିବ ବୋଲି ସେ କହିଛନ୍ତି।