Odisha Link
Bridging the Missing Links in Odisha

ରସଗୋଲା ଦିବସ ଉପଲକ୍ଷେ ମୁକ୍ତିଲାଭ କଲା “ରସଗୋଲା ସଂଗୀତ”

ଓଏଲ୍‌ ବ୍ୟୁରୋ: ଆଜି ରସଗୋଲା ଦିବସ। ପ୍ରତିବର୍ଷ ଭଳି ଏବର୍ଷ ମହାପ୍ରଭୁଙ୍କ ନୀଳାଦ୍ରିବିଜେ ଅବସରରେ ପାଳନ ହେଉଛି ଦଶମ ରସଗୋଲା ଦିବସ। ଏହି ଦିନକୁ ପାଳନ ପାଇଁ ୨୦୧୫ ମସିହା ଜୁଲାଇ ୩୦ ତାରିଖ ନୀଳାଦ୍ରିବିଜେ ଦିନ ସୋସିଆଲ୍ ମିଡିଆରେ କ୍ୟାମ୍ପେନ୍ ଆରମ୍ଭ ହୋଇଥିଲା। ରସଗୋଲା ଦିବସର ଅବ୍ୟବହିତ ପୂର୍ବରୁ ଅର୍ଥାତ ଜୁଲାଇ ୧୮ ତାରିଖରେ ରସଗୋଲା ସଂଗୀତର ଶ୍ରୋତାର୍ପଣ ସମାରୋହ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡାଙ୍କ ଦ୍ୱାରା ରଚିତ “ରସଗୋଲା ସଙ୍ଗୀତ” ମୁକ୍ତିଲାଭ କରିଛି। ଏହି ଗୀତରେ ଅଛି ଓଡ଼ିଆ ଜାତିର ପ୍ରେମ।

https://www.youtube.com/watch?v=MXF3D8bUz0c

 

ଏହି ଭବ୍ୟ ଉତ୍ସବରେ ଅତିଥି ଭାବେ ବିଶିଷ୍ଠ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ଶାସ୍ତ୍ରୀୟ ସଂଗୀତଜ୍ଞ ପଦ୍ମଶ୍ରୀ ଡ. ଶ୍ୟାମାମଣି ଦେବୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା କ୍ରୀଡ଼ା ଓ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଞ୍ଚମଣ୍ଡନ କରିଥିଲେ। ଆହ୍ୱାନଧର୍ମୀ ଏ ଗୀତର ପରିକଳ୍ପନା ଓ ରଚନା ଜଣାଶୁଣା ଲେଖକ ଶୁଭ୍ରାଂଶୁ ପଣ୍ଡା କରିଥିବାବେଳେ ସଂଗୀତ ନିର୍ଦ୍ଦେଶନା ଓ କଣ୍ଠଦାନ କରିଛନ୍ତି ଅଭିଜିତ ମିଶ୍ର। ଏହି ଅବସରରେ ବିଶିଷ୍ଠ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଏବଂ ତାଙ୍କ ଦଳ ଦ୍ୱାରା ରସଗୋଲା ସଂଗୀତରେ ନୃତ୍ୟ ପରିବେଷଣ କରାଯାଇଥିଲା।

ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା କ୍ରୀଡ଼ା ଓ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ଯେତେବେଳେ ଆମେ କାହାକୁ ମନେଇବାକୁ ଚେଷ୍ଟା କରୁ, ସେଥିପାଇଁ ଏକ ମାଧ୍ୟମ ଖୋଜୁ। ପ୍ରଭୁ ଜଗନ୍ନାଥ ମଧ୍ୟ ମା’ ଲକ୍ଷ୍ମୀଙ୍କୁ ମନେଇବାକୁ ରସଗୋଲାକୁ ମାଧ୍ୟମ କରିଥିଲେ। ସେ ରସଗୋଲାରେ ଆମ ଋଦ୍ଧିମନ୍ତ ଚଳଣି, ଋଦ୍ଧିମନ୍ତ ସଂସ୍କୃତିର ବାର୍ତ୍ତା ସହ କିପରି ଭବିଷ୍ୟତ ପିଢ଼ି ପାଇଁ ସଂରକ୍ଷିତ ହୋଇରହିବ ସେଥିପାଇଁ ପ୍ରଚେଷ୍ଟା କରାଯାଇଛି। ରସଗୋଲା କେବଳ ଏକ ମିଠା ନୁହେଁ, ବରଂ ମିଠା ସହ ଭାବର ଐତିହ୍ୟ, ସମ୍ପର୍କ ଓ ସଂସ୍କୃତିର ଐତିହ୍ୟ। ଏକଥାକୁ ଯେଭଳି ଭାବରେ ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ଓ ତାଙ୍କ ଦଳ ସଂଗୀତ ମାଧ୍ୟମରେ ରୂପାନ୍ତରିତ କରିଛନ୍ତି, ସେଥିପାଇଁ ତାଙ୍କୁ କୃତଜ୍ଞତା।

Leave A Reply

Your email address will not be published.