Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ଯୁକ୍ତ ଦୁଇ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ, କେଉଁ କଲେଜ ଆଗରେ ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ। ଚଳିତ ଶିକ୍ଷା ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଶୀର୍ଷରେ ରହିଛି। ବାଣିଜ୍ୟ ଓ ବିଜ୍ଞାନରେ ଶୀର୍ଷରେ ରହିଛି ରେଭେନ୍ସା। କଳାରେ ୭୫. ୧୭% ସହ ଆଗରେ ରହିଚି ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ୍। ସେହିପରି ବିଜ୍ଞାନରେ ୯୧.୫୦% ଓ ବାଣିଜ୍ୟରେ ୭୭% ସହ ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ୍ ଆଗରେ ରହିଛି।

ରେଭେନ୍ସା ଜୁନିୟର କଲେଜରେ ବିଜ୍ଞାନରେ ୯୧.୫୦% କଟ୍ ଅଫ୍ ମାର୍କ ଥିବା ବେଳେ କଳାରେ ୭୫.୧୭ ଓ ବାଣିଜ୍ୟ ୭୭% ରହିଛି। ସେହିପରି ବିଜେବି କଲେଜରେ ବିଜ୍ଞାନରେ ୮୭% କଟ୍ ଅଫ୍ ମାର୍କ ଥିବା ବେଳେ କଳାରେ ୭୨% ଓ ବାଣିଜ୍ୟ ୭୦% ରହିଛି। ରାଉରକେଲା ଏଚ୍‌ଏସ୍‌ଏସ୍ କଲେଜରେ ବିଜ୍ଞାନରେ କଟ୍ ଅଫ୍ ମାର୍କ ଥିବା ବେଳେ ୮୦.୬୦% ଥିବା ବେଳେ କଳାରେ ୭୪.୩୩% ରହିଛି।

ସୂଚନାଥାଉକି, ଅଗଷ୍ଟ ପହିଲାରୁ ପାଠପଢ଼ା ଆରମ୍ଭ ହେବ। ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ମୋଟ ୪ ଲକ୍ଷ ୭୬ ହଜାର ୯୩ ଜଣ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୨୬ ହଜାର ୪୭୨ ଜଣଙ୍କ ନାଁ ମେଧା ତାଲିକାରେ ଆସିଛି।ବାଦ ପଡିଛନ୍ତି ୪୯ ହଜାର ୬୨୧ ଜଣ।

Leave A Reply

Your email address will not be published.