Odisha Link
Bridging the Missing Links in Odisha

ମାଲକାନଗିରିରେ ବର୍ଷା ବିତ୍ପାତ, ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା। ଯାହାଫଳରେ ବିଭିନ୍ନ ଅଞ୍ଚଳରେ ବର୍ଷା ପାଣି ଜମିବାରେ ଲାଗିଛି। ବିଶେଷ ଭାବେ ମାଲକାନଗିରି ଜିଲ୍ଲାରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି। ଜିଲ୍ଲାର ଅନେକ ଅଞ୍ଚଳରେ ବର୍ଷା ପାଣି ଜମି ରହିଛି। ପୋଟେରୁ ପୋଲ ଉପରେ ୩ରୁ୪ଫୁଟ୍ ବନ୍ୟା ପାଣି ଯାଉଛି। ଯାହାଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛିା ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଯାନବାହନ ଅଟକି ରହିଛି।

କେବଳ ସେତିକି ନୁହେଁ କାଲିମେଳାରୁ ମୋଟୁକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏମ୍‌ଭି-୯୦ ଏବଂ ଏମ୍‌ଭି-୯୬ ପୋଲ ଉପରେ ବନ୍ୟାପାଣି ପ୍ରବାହିତ ହେଉଛି। ମାଲକାନଗିରି ଜିଲ୍ଲା ସହିତ ଆନ୍ଧ୍ର ଓ ତେଲେଙ୍ଗାନାକୁ ଯୋଗାଯୋଗ ବିଛିନ ହୋଇପଡିଛି। ଏଥି ଯୋଗୁଁ ୩୨୬ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ଠପ ହୋଇଯାଇଛି। ତିନିଟି ସ୍ଥାନରେ ଉଭୟ ପଟେ ଅନେକ ଯାନବାହାନ ଅଟକି ରହିଥିବାର ଦେଖା ଯାଇଛି। ସ୍ରୋତ ଅଧିକ ଥିବାରୁ ପୋଲ ଉପରେ ନ ଯିବାକୁ ବାରଣ କରୁଛି ପୁଲିସ। ଲଗାଣ ବର୍ଷା ଯୋଗୁଁ କୌଣସି ତଳିଆ ଅଞ୍ଚଳରେ ପାଣି ପଶି ନଥିବାର ସୂଚନା ମିଳିଛି।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଲଘୁଚାପଟି ଅବପାତରେ ପରିଣତ ହୋଇ ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୪ କିମି ବେଗରେ ଗତି କରୁଛି। ଏହା ପ୍ରଭାବରେ ୨୩ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛ।

Leave A Reply

Your email address will not be published.