ଖୁବଶୀଘ୍ର ରତ୍ନଭଣ୍ଡାରର ସ୍ଥିତି ପରଖିବେ ଏଏସ୍ଆଇ, ଆଇନମନ୍ତ୍ରୀ ଦେଲେ ବଡ଼ ବୟାନ
ଓଏଲ୍ ଵ୍ୟୁରୋ: ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ସ୍ଥାନାନ୍ତର କରାଯାଇଛି। ବହୁ ଦିନର ଅପେକ୍ଷା ପରେ ଏହା ସମ୍ଭବ ହୋଇଛି। ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦିନେ ଦୁଇଦିନ ଭିତରେ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରିବ ଏଏସ୍ଆଇ। ଯାଞ୍ଚ ପରେ ଭିତର ରତ୍ନଭଣ୍ଡାରର ମରାମତି ନେଇ ନିଷ୍ପତ୍ତି ହେବ। ଲେଜର ସ୍କାନିଂ ହେବ କି ନାହିଁ, ଯାଞ୍ଚ ପରେ ସ୍ପଷ୍ଟ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
ଅନ୍ୟପଟେ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମଣତି ଓ ଗଣତି ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ପୂର୍ବରୁ ଏସଓପିରେ ଥିବା ଦୁଇଟି କାର୍ଯ୍ୟ ଶେଷ ହୋଇଛି। ରତ୍ନଭଣ୍ଡାର ଖୋଲିବା ଓ ଅଳଙ୍କାର ସ୍ଥାନାନ୍ତର ଶେଷ ହୋଇଛି।