Odisha Link
Bridging the Missing Links in Odisha

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ: ରାଜ୍ୟସଭାରେ ବିଜେଡିର ୨ ସାଂସଦ କଲେ ଏହି ଦାବି

ଓଏଲ୍‌ ବ୍ୟୁରୋ: ସଂସଦରେ ଉଠିଲା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ। ଆଜି ରାଜ୍ୟସଭାରେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇଛନ୍ତି ବିଜୁ ଜନତା ଦଳର ଦୁଇ ରାଜ୍ୟସଭା ସାଂସଦ ମୁନା ଖାଁ ଓ ସସ୍ମିତ ପାତ୍ର। ଆଇନ୍‌ରେ ସଂଶୋଧନ କରି ସ୍ବତନ୍ତ୍ର ପାହ୍ୟା ପ୍ରଦାନ କରାଯାଉ ବୋଲି ସାଂସଦ ଦାବି କରିଛନ୍ତି। ସୂଚନାଥାଉକି, ସଂସଦ ଅଧିବେଶନ ପୂର୍ବରୁ ବିଜେଡି ନୂଆଦିଲ୍ଲୀରେ ସାଂସଦମାନଙ୍କ ସର୍ବଦଳୀୟ ବୈଠକରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଉଠାଇଥିଲା।

ସେହିପରି ନୀତୀଶ କୁମାରଙ୍କ ଜେଡିୟୁ ଏବଂ ଲାଲୁ ପ୍ରସାଦଙ୍କ ଆରଜେଡି ବିହାର ପାଇଁ ସମାନ ଦାବି କରିଥିବା ବେଳେ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସଆରସି ଆନ୍ଧ୍ରପ୍ରଦେଶ ପାଇଁ ସମାନ ଦାବି କରିଛି।

ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ପାହ୍ୟାରୁ ବଞ୍ଚିତ ହୋଇଛି। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ବିଜେଡି ଦାବି କରି ଆସୁଛି। ସର୍ବଦଳୀୟ ବୈଠକରେ ବିହାର ଓ ଆନ୍ଧ୍ରପ୍ରଦେଶର ରାଜନୈତିକ ଦଳମାନେ ମଧ୍ୟ ନିଜ ନିଜ ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କରିଥିଲେ। ଆମେ ଅନ୍ୟ ରାଜ୍ୟର ପ୍ରତିପକ୍ଷଙ୍କ ସହ ମଧ୍ୟ ଏହି ପ୍ରସଙ୍ଗରେ ଯୋଗ ଦେଇଥିଲୁ, ଯେଉଁମାନେ ନିଜ ନିଜ ରାଜ୍ୟ ପାଇଁ ମଧ୍ୟ ସମାନ ଆବଶ୍ୟକତା ଅନୁଭବ କରୁଛନ୍ତି ବୋଲି ବିଜେଡି ସାଂସଦ ସସ୍ମିତ ପାତ୍ର କହିଥିଲେ।

୧୯୭୯ ମସିହାରେ ଜାତୀୟ ଉନ୍ନୟନ ପରିଷଦ (ଏନଡିସି)ରେ ଓଡ଼ିଶା ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଉପସ୍ଥାପନ କରିଥିଲା। ପରେ ୨୦୨୨ ମସିହାରେ ବିଜେଡି ସାଂସଦ ସସ୍ମିତ ପାତ୍ର ସଂସଦରେ ରାଜ୍ୟକୁ ମାନ୍ୟତା ଦାବି କରି ସ୍ୱତନ୍ତ୍ର ଉଲ୍ଲେଖ କରିଥିଲେ। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନିୟମରେ ସଂଶୋଧନ କରି ଓଡ଼ିଶାକୁ ଏହି ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ ସେ ଦାବି କରିଥିଲେ।

Leave A Reply

Your email address will not be published.