Odisha Link
Bridging the Missing Links in Odisha

ଆଜିଠୁ ସଂସଦର ବଜେଟ୍ ଅଧିବେଶନ, ଆସନ୍ତାକାଲି ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ

ଓଏଲ୍ ଵ୍ୟୁରୋ: ଆଜିଠୁ ସଂସଦର ବଜେଟ୍ ଅଧିବେଶନ। ସଂସଦର ବଜେଟ୍ ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟଦିବସ ରହିବ । ଅଗଷ୍ଟ ୧୨ ପର୍ଯ୍ୟନ୍ତ ଗୃହକାର୍ଯ୍ୟ ଚାଲିବ। ସରକାର ଏହି ସମୟରେ ୬ଟି ବିଲ୍ ଆଗତ କରିବା ନେଇ ଆଶା କରାଯାଉଛି । ୯୦ ବର୍ଷ ପୁରୁଣା ଏୟାରକ୍ରାଫ୍ଟ ଆଇନର ଉଚ୍ଛେଦ ସଂକ୍ରାନ୍ତ ପ୍ରସ୍ତାବ ବି ଅନ୍ତର୍ଭୁକ୍ତ। ଏହାଛଡ଼ା ଜମ୍ମୁ-କାଶ୍ମୀର ନିମନ୍ତେ ବଜେଟ୍ ଲାଗି କେନ୍ଦ୍ର ସରକାର ସଂସଦର ଅନୁମୋଦନ ଲୋଡ଼ିବେ। ବ୍ୟାଙ୍କିଙ୍ଗ୍ ରେଗୁଲେସନ ଆଇନ, ୧୯୪୯ରେ ସଂଶୋଧନ ଆଣିବା ଲାଗି ବିଲ୍ ଆଗତ ହୋଇପାରେ।

ଜୁଲାଇ ୨୩ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ ଆଗତ କରିବେ। ଏହା ତାଙ୍କର ସପ୍ତମ ବଜେଟ୍ ହେବ। ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ ଲୋକସଭାରେ ଆଗତ ହେବାକୁ ଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ ୨୩ରେ ବଜେଟ୍ ଆଗତ କରିବା ପରେ ଉଭୟ ଗୃହରେ ଏହାକୁ ନେଇ ଚର୍ଚ୍ଚା ହେବ। ଏହାଛଡ଼ା ସଂସଦର ବଜେଟ୍ ଅଧିବେଶନ ବେଳେ ବିରୋଧୀ ଦଳଗୁଡ଼ିକ ନିଟ୍ ୟୁଜି ପ୍ରଶ୍ନପତ୍ର ଲିକ୍, ଅଗ୍ନିବୀର ଯୋଜନା, ବେକାରୀ ସମସ୍ୟା, ମଣିପୁର ହିଂସା, ଟ୍ରେନ୍ ଦୁର୍ଘଟଣା ଭଳି ପ୍ରସଙ୍ଗ ଉଠାଇବେ ବୋଲି କୁହାଯାଉଛି।

Leave A Reply

Your email address will not be published.