ସଂସଦରେ ନିଟ୍ ତାତି, ଶିକ୍ଷାମନ୍ତ୍ରୀ ଓ ରାହୁଲ ଗାନ୍ଧୀ ମୁହାଁମୁହିଁ
ଓଏଲ୍ ଵ୍ୟୁରୋ: ଆଜିଠୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଏହି ଅବସରରେ ନିଟ୍ ପ୍ରସଙ୍ଗକୁ ନେଇ ସଂଦସରେ ହଙ୍ଗାମା ଦେଖା ଦେଇଥିଲା। ନିଟ୍ ପ୍ରଶ୍ନପତ୍ର ଲିକ ଘଟଣାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରାହୁଲ ଗାନ୍ଧୀ ଓ ମୁହାଁମୁହିଁ ହୋଇଛନ୍ତି। ଲୋକସଭାରେ ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ। କାହିଁକି ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇନାହାଁନ୍ତି ବୋଲି ପ୍ରଶ୍ନ ଉଠାଇଥିଲେ ରାହୁଲ।
ରାହୁଲ ଗାନ୍ଧୀ କହିଥିଲେ ଯେ, ସାରା ଦେଶରେ ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ତୃଟି ରହିଛି। କିନ୍ତୁ ଶିକ୍ଷାମନ୍ତ୍ରୀ ତାଙ୍କୁ ଛାଡି ସମସ୍ତଙ୍କୁ ଦୋଷ ଦେଉଛନ୍ତି। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତାରେ ଅଛନ୍ତି। ଏବଂ ସେମାନେ ଏକମତ ହୋଇଛନ୍ତି ଯେ, ପରୀକ୍ଷା ବ୍ୟବସ୍ଥାରେ ତୃଟି ରହିଛି। ଯଦି ତୁମେ ଧନୀ ତେବେ ପରୀକ୍ଷା ବ୍ୟବସ୍ଥାକୁ ତୁମେ କିଣିପାରିବ।
ରାହୁଲଙ୍କ ଏଭଳି କଡ଼ା ସମାଲୋଚନାର ଯବାବ ରଖିଛନ୍ତି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି, ମିଛ କେବେବି ସତ ହୋଇଯିବନି। ଗତ ୭ ବର୍ଷରେ ପ୍ରଶ୍ନପତ୍ର ଲିକ ନେଇ କୌଣସି ପ୍ରମାଣ ମିଳିନାହିଁ। ନିଟ ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ବିଚାରଧୀନ ଅଛି। ନ୍ୟାସନାଲ ଟେଷ୍ଟିଙ୍ଗ୍ ଏଜେନ୍ସି(ଏନଟିଏ) ସଫଳତାର ସହ ୨୪୦ ପରୀକ୍ଷା ପରିଚାଳନା କରିଛି। କିନ୍ତୁ ବିରୋଧୀ ଦଳ ନେତା ଦେଶର ପରୀକ୍ଷା ବ୍ୟବସ୍ଥାକୁ ଅଳିଆ କହିବାଠୁ ଆଉ କିଛି ଦୁର୍ଭାଗ୍ୟଜନକ କଥା ନାହିଁ।