Odisha Link
Bridging the Missing Links in Odisha

ସଂସଦରେ ସମ୍ବିତଙ୍କ ଦାବି, ପୁରୀରେ ଖୋଳାଯାଉ ବର୍ନ ୟୁନିଟ୍

ଓଏଲ୍ ଵ୍ୟୁରୋ: ଆଜିଠୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଏହି ଅବସରରେ ଜଗନ୍ନାଥ ଧାମ ପୁରୀରେ ବର୍ନ ୟୁନିଟ ଖୋଲିବା ପାଇଁ ଦାବି କଲେ ସାଂସଦ ସମ୍ବିତ ପାତ୍ର। ଗତ ମେ ମାସ ୨୯ ତାରିଖ ଦିନ ଚନ୍ଦନ ଯାତ୍ରା ସମୟରେ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ପୋରଣ ହୋଇ ଦୁର୍ଘଟଣା ହୋଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ପୋରଣ ଦୁର୍ଘଟଣାରେ ୧୭ ଜଣଙ୍କ ପ୍ରାଣହାନି ହେବା ସହ ଅନେକ ଗୁରୁତର ଆହତ ହେଇଥିଲେ। ଅନେକଙ୍କୁ ଉଚିତ ସମୟରେ ଚିକିତ୍ସା ସେବା ମିଳିପାରିନଥିଲା। ଏହାର ମୁଖ୍ୟ କାରଣ ହେଉଛି ପୁରୀରେ ବର୍ନ ୟୁନିଟ ଚିକିତ୍ସା ସେବାର ଅନୁପଲବ୍ଧତା। ଏହାର ନିରାକରଣ ପାଇଁ ତଥା ପୁରୀରେ ଏଭଳି ପରିସ୍ଥିତିକୁ ସାମ୍ନା କରିବା ପାଇଁ ଆଜି ସାଂସଦ ସମ୍ବିତ ପାତ୍ର ସଂସଦର ଶୂନ୍ୟ କାଳରେ କେନ୍ଦ୍ର ସରକାରଙ୍କୁ ପୁରୀର ଶ୍ରୀ ଜଗନ୍ନାଥ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ବର୍ନ ୟୁନିଟ ଖୋଲିବା ପାଇଁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.