Odisha Link
Bridging the Missing Links in Odisha

ପାଣ୍ଡିଆନଙ୍କ ସପକ୍ଷରେ ନବୀନଙ୍କ ଟ୍ୱିଟ୍

ଓଏଲ୍ ଵ୍ୟୁରୋ: ପୁଣି ଚର୍ଚ୍ଚାରେ ଭି.କେ ପାଣ୍ଡିଆନ। ବିଜେଡି ସୁପ୍ରିମୋଙ୍କ ଟ୍ୱିଟ ପରେ ଭି.କେ ପାଣ୍ଡିଆନଙ୍କୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଇଂରାଜୀ ଖବରକାଗଜରେ ପାଣ୍ଡିଆନ ଓ ବିଜେଡିକୁ ନେଇ ପ୍ରକାଶିତ ଖବରକୁ ଖଣ୍ଡନ କରିଛନ୍ତି ନବୀନ। ଗତ କେଇ ସପ୍ତାହ ଧରି ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସହାୟତାରେ ଅମିତ ଶାହାଙ୍କୁ ଭେଟିବାକୁ ପାଣ୍ଡିଆନ ଉଦ୍ୟମ କରୁଥିବା ନେଇ ଖବର ପ୍ରକାଶ ପାଇଥିଲା। କେବଳ ଏତିକି ନୁହେଁ, ବରଂ ବିଜେଡିରେ ଫାଟ ସୃଷ୍ଟି କରିବା ସହ ରାଜ୍ୟରେ ବିଜେପି ସଙ୍ଗଠନକୁ ଶକ୍ତିଶାଳୀ କରିବାରେ ସହଯୋଗ କରିବେ ବୋଲି ବିଜେପି ନେତୃବୃନ୍ଦକୁ ଅଫର ଦେଇଥିବା ନେଇ ଖବର ପ୍ରକାଶ ପାଇଥିଲା।

https://x.com/Naveen_Odisha/status/1815296704129950081

ଯାହାକୁ ନେଇ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏକ ପୋଷ୍ଟ ସେୟାର କରି ନବୀନ କହିଛନ୍ତି, ଏହା ସମ୍ପୂର୍ଣ୍ଣ ମିଛ, ଉଦେଶ୍ୟ ପ୍ରଣୋଦିତ, ବିଭ୍ରାନ୍ତକାରୀ ଏବଂ ମାନହାନି କଲାଭଳି ଖବର। ପାଣ୍ଡିଆନ ନିଜର ଦକ୍ଷତା, ନିଷ୍ଠା, ସମର୍ପଣ ଭାବନା ନେଇ ଉଭୟ ରାଜ୍ୟ ଓ ଦଳ ପାଇଁ କାମ କରିଛନ୍ତି। ଏହି ସେବା ମନୋବୃତ୍ତି ପାଇଁ ପାଣ୍ଡିଆନ ଜଣାଶୁଣା ବୋଲି ନବୀନ ନିଜ ଏକ୍ସ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି।

ଏହାପୂର୍ବରୁ ବିଜେଡିର ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରାଯାଉଥିବା ବେଳେ ସାମ୍ନାକୁ ଆସି ନବୀନ କ୍ଲିନଚିଟ୍ ଦେଇଥିବା ଚର୍ଚ୍ଚା ହେଉଥିଲା।

Leave A Reply

Your email address will not be published.