ଆଜିଠୁ +୨ ପ୍ରଥମ ପର୍ଯ୍ୟାୟ ନାମଲେଖା, ଅଗଷ୍ଟ ପହିଲାରୁ ପାଠପଢ଼ା ଆରମ୍ଭ

ଓଏଲ୍ ବ୍ୟୁରୋ: ଚଳିତ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତ୨ ପ୍ରଥମ ବର୍ଷ ପ୍ରଥମ ପର୍ଯ୍ୟାୟ ନାମଲେଖା ସୋମବାରଠାରୁ ଆରମ୍ଭ ହୋଇଛି। ମୋଟ ୪,୨୬,୪୭୨ ଛାତ୍ରୀଛାତ୍ର ନାମଲେଖା ପାଇଁ ଚୟନ ହୋଇଛନ୍ତି। ଛାତ୍ରୀଛାତ୍ରମାନେ ୨୭ ତାରିଖ ମଧ୍ୟରେ ନାମ ଲେଖାଇବେ। ପ୍ରତି ଘଣ୍ଟାରେ କଲେଜରେ ୧୫ଜଣଙ୍କର ନାମଲେଖା କରାଯିବ। ଅଗଷ୍ଟ ୫ରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ମନୋନୀତ ଛାତ୍ରଛାତ୍ରୀ ୭ରୁ ୧୦ ତାରିଖ ମଧ୍ୟରେ ନାମ ଲେଖାଇବେ।
ଅଗଷ୍ଟ ୨୦ରେ ସ୍ପଟ୍ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ଅଗଷ୍ଟ ୨୨ ରୁ ୨୮ ମଧ୍ୟରେ ସ୍ପଟ୍ ନାମଲେଖା ଅନୁଷ୍ଠିତ ହେବ। ତେବେ ଅଗଷ୍ଟ ପହିଲାରୁ ଯୁକ୍ତ୨ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ। ସୂଚନାଯୋଗ୍ୟ, ରାଜ୍ୟରେ ୨,୩୪୩ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ମୋଟ ୫,୪୮,୩୪୫ଟି ସିଟ୍ ରହିଛି।
ସୂଚନା ଅନୁସାରେ, ପ୍ରକାଶ ପାଇଥିବା ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ଟାଳିଆଙ୍କର ଚଳିତ ଶିକ୍ଷା ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଶୀର୍ଷରେ ରହିଛି। ବାଣିଜ୍ୟ ଓ ବିଜ୍ଞାନରେ ଶୀର୍ଷରେ ରହିଛି ରେଭେନ୍ସା। କଳାରେ ୭୫. ୧୭% ସହ ଆଗରେ ରହିଚି ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ୍। ସେହିପରି ବିଜ୍ଞାନରେ ୯୧.୫୦% ଓ ବାଣିଜ୍ୟରେ ୭୭% ସହ ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ୍ ଆଗରେ ରହିଛି।
ରେଭେନ୍ସା ଜୁନିୟର କଲେଜରେ ବିଜ୍ଞାନରେ ୯୧.୫୦% କଟ୍ ଅଫ୍ ମାର୍କ ଥିବା ବେଳେ କଳାରେ ୭୫.୧୭ ଓ ବାଣିଜ୍ୟ ୭୭% ରହିଛି। ସେହିପରି ବିଜେବି କଲେଜରେ ବିଜ୍ଞାନରେ ୮୭% କଟ୍ ଅଫ୍ ମାର୍କ ଥିବା ବେଳେ କଳାରେ ୭୨% ଓ ବାଣିଜ୍ୟ ୭୦% ରହିଛି। ରାଉରକେଲା ଏଚ୍ଏସ୍ଏସ୍ କଲେଜରେ ବିଜ୍ଞାନରେ କଟ୍ ଅଫ୍ ମାର୍କ ଥିବା ବେଳେ ୮୦.୬୦% ଥିବା ବେଳେ କଳାରେ ୭୪.୩୩% ରହିଛି।
ସୂଚନାଥାଉକି, ଅଗଷ୍ଟ ପହିଲାରୁ ପାଠପଢ଼ା ଆରମ୍ଭ ହେବ। ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ମୋଟ ୪ ଲକ୍ଷ ୭୬ ହଜାର ୯୩ ଜଣ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୨୬ ହଜାର ୪୭୨ ଜଣଙ୍କ ନାଁ ମେଧା ତାଲିକାରେ ଆସିଛି। ବାଦ ପଡିଛନ୍ତି ୪୯ ହଜାର ୬୨୧ ଜଣ।