Odisha Link
Bridging the Missing Links in Odisha

ଯୁବବର୍ଗଙ୍କ ପାଇଁ ବଜେଟରେ ବଡ଼ ଘୋଷଣା, ଏଣିକି ମିଳିବ ମାସିକ ଇଣ୍ଟନସିପ୍ ଭତ୍ତା

ଓଏଲ୍ ବ୍ୟୁରୋ: ଆଜି ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୦୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ସପ୍ତମ ଥର ପାଇଁ ଆଜି ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ। କ୍ରମାଗତ ସପ୍ତମ ଥର ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନା କରିଥିବା ସୀତାରମଣ ଦେଶର ପ୍ରଥମ ଅର୍ଥମନ୍ତ୍ରୀ ହୋଇଛନ୍ତି। ବଜେଟରେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ, ଯାହା ଯୁବବର୍ଗଙ୍କ ପାଇଁ ଆଶାର ଆଲୋକ ପାଲଟିଛି।

କମ୍ପାନୀରେ ୧ କୋଟି ଯୁବବର୍ଗଙ୍କୁ ଇଣ୍ଟନସିପର ଅବସର ପ୍ରଦାନ କରିବାକୁ ସରକାର ଯୋଜନା ଆରମ୍ଭ କରିବେ। ଯେଉଁଥିରେ ୫ ହଜାର ଟଙ୍କାର ମାସିକ ଇଣ୍ଟନସିପ୍ ଭତ୍ତା ପ୍ରଦାନ କରାଯିବ। ଏଥିସହ ୬ ହଜାର ଟଙ୍କାର ସହାୟତା ସରକାର ପ୍ରଦାନ କରିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଅଭିଭାଷଣରେ କହିଛନ୍ତି। ଏହା ସହ ୫ ବର୍ଷରେ ୪ କୋଟି ଯୁବବର୍ଗଙ୍କୁ ନିଯୁକ୍ତି, ସୁଦକ୍ଷ ଲକ୍ଷ୍ୟ ରଖାଯାଇଛି। ନିଯୁକ୍ତି, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧ ଲକ୍ଷ ୪୮ ହଜାର କୋଟି ବ୍ୟବସ୍ଥା ହୋଇଛି। ବିକଶିତ ଭାରତକୁ ବଜେଟରେ ପ୍ରାଥମିକତା ଦିଆଯିବ।

Leave A Reply

Your email address will not be published.