ଉପବାଚସ୍ପତି ହେବେ ଭବାନୀ ଭୋଇ, ଏକମାତ୍ର ପ୍ରାର୍ଥୀ ଭାବେ ଭରିଲେ ନାମାଙ୍କନ
ଓଏଲ୍ ବ୍ୟୁରୋ: ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ଭାବେ ତଳସରା ବିଜେପି ବିଧାୟକ ଭବାନୀ ଶଙ୍କର ଭୋଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଉପ ବାଚସ୍ପତି ନିର୍ବାଚନ ନେଇ ଆଜି ଗୃହରେ ବାଚସ୍ପତି ସୁରମା ପାଢ଼ୀ ଗୃହରେ ଘୋଷଣା କରିଥିଲେ। ଏହାପରେ ଶ୍ରୀ ଭୋଇ ବିଧାନସଭା ସଚିବ ଦାଶରଥି ଶତପଥୀଙ୍କ ପ୍ରକୋଷ୍ଠକୁ ଯାଇ ନାମାଙ୍କନ ଭେଟିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପ ମୁଖ୍ୟମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ ମଣ୍ତଳର ସଦସ୍ୟ ବୃନ୍ଦ ଏବଂ ବିଧାୟକଗଣ ଉପସ୍ଥିତ ଥିଲେ। ଏକମାତ୍ର ପ୍ରାର୍ଥୀ ଭାବେ ଶ୍ରୀ ଭୋଇ ନାମାଙ୍କନ ଦାଖଲ କରିଥିବାରୁ ସେ ନିର୍ଦ୍ଵନ୍ଦରେ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।