ବଜେଟ୍ ୨୦୨୪: ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ?
ଓଏଲ୍ ବ୍ୟୁରୋ: ଆଜି ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୦୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ସପ୍ତମ ଥର ପାଇଁ ଆଜି ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ। ବିଭିନ୍ନ ବିଭାଗ ପାଇଁ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ତା କରାଯାଇଥିବାବେଳେ ଯୁବବର୍ଗ, ମହିଳା, ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା ରହିଛି।
ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ?
ପ୍ରତିରକ୍ଷା ବିଭାଗ-୪,୫୪,୭୭୩ କୋଟି
ଗ୍ରାମୀଣ ବିକାଶ ବିଭାଗ-୨,୬୫,୮୦୮ କୋଟି
କୃଷି ଓ ଆନୁସଙ୍ଗିକ କ୍ଷେତ୍ର-୧,୫୧,୮୫୧ କୋଟି
ଗୃହ ମନ୍ତ୍ରାଳୟ-୧,୫୦,୯୮୩ କୋଟି
ଶିକ୍ଷା ମନ୍ତ୍ରାଳୟ-୧,୨୫,୬୮୩ କୋଟି
ଆଇଟି ଏବଂ ଟେଲିକମ୍ ବିଭାଗ-୧,୧୬,୩୪୨ କୋଟି
ସ୍ୱାସ୍ଥ୍ୟ ବିଭାଗ-୮୯,୨୮୭ କୋଟି
ଶକ୍ତି ବିଭାଗ-୬୮,୭୬୯ କୋଟି
ବାଣିଜ୍ୟ ଓ ଶିଳ୍ପ ବିଭାଗ- ୪୭,୫୫୯ କୋଟି ଟଙ୍କା ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି।