Odisha Link
Bridging the Missing Links in Odisha

ବଜେଟରେ ବଡ଼ ଘୋଷଣା: ଶସ୍ତା ହେବ ମୋବାଇଲ ଫୋନ ଓ ଚାର୍ଜର

ଓଏଲ୍ ବ୍ୟୁରୋ: ଆଜି ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୦୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ସପ୍ତମ ଥର ପାଇଁ ଆଜି ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ। କ୍ରମାଗତ ସପ୍ତମ ଥର ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନା କରିଥିବା ସୀତାରମଣ ଦେଶର ପ୍ରଥମ ଅର୍ଥମନ୍ତ୍ରୀ ହୋଇଛନ୍ତି। ୪୭୬ ପୃଷ୍ଠାର ବଜେଟ୍ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ। ବଜେଟରେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ, ଯାହା ମୋବାଇଲ ପ୍ରେମୀଙ୍କ ପାଇଁ ଖୁସି ଆଣିଦେବ। ମୋବାଇଲ ଫୋନ ଓ ଚାର୍ଜରର ସୀମା ଶୁଳ୍କକୁ ହ୍ରାସ କରିବା ନେଇ ଘୋଷଣା ହୋଇଛି। ୧୫ ପ୍ରତିଶତ ସୀମା ଶୁଳ୍କ ହ୍ରାସ କରିବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ସେହିଭଳି ସୁନା, ରୂପାର ସୀମା ଶୁଳ୍କକୁ ୬ ପ୍ରତିଶତ ହ୍ରାସ କରାଯାଇଛି।

ଗୋଟିଏ ପଟେ ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍‌ ଉପସ୍ଥାପନା କରୁଥିବା ବେଳେ ଅନ୍ୟପଟେ ସେୟାର ମାର୍କେଟରେ ଉତ୍ସାହ ଦେଖିବାକୁ ମିଳିଛି। ଆଜି ସେୟାର ମାର୍କେଟ ଗ୍ରୀନ୍‌ ମାର୍କରେ ଖୋଲିଛି। ସରକାରୀ କମ୍ପାନୀର ସେୟାର ଗୁଡ଼ିକ ମଧ୍ୟ ଗ୍ରୀନ୍‌ ମାର୍କରେ ଖୋଲିଥିଲା। ହେଲେ ୯.୪୫ ବେଳକୁ ସେନସେକ୍ସ ୫୦ ପଏଣ୍ଟ ତଳକୁ ଖସିଥିଲା। ନିଫ୍ଟି ରେଡ ଜୋନ୍‌ରେ କାରବାର ଜାରି ରଖିଚି। ବଜାରରେ ଏନ୍‌ଟିପିସି ଓ ଭେଲ୍‌ ସେୟାର ବଢ଼ିବାରେ ଲାଗିଛି। କାରଣ ଏହି ଦୁଇ କମ୍ପାନୀ ମିଳିତ ଭାବେ ସୁପର ଅଲଟ୍ରା ଥର୍ମାଲ ପାଓ୍ବର ପ୍ଲାଣ୍ଟ ପ୍ରତିଷ୍ଠା କରିବେ। ଏହି ଘୋଷଣା ପରେ ଦୁଇ କମ୍ପାନୀର ସେୟାର ମୂଲ୍ୟ ବଢ଼ିବାରେ ଲାଗିଛି। ସେହିପରି ଆଦାନୀ ଗ୍ରୁପର ସେୟାର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି।

ବେଜଟ ଉପସ୍ଥାପନା ଚାଲିଥିବା ସମୟରେ ସେୟାର ବଜାରରେ ଅସ୍ଥିରତା ଦେଖିବାକୁ ମିଳୁଛି। ଏସବୁ ମଧ୍ୟରେ ଏକ ଭଲ ଖବର ସାମ୍ନାକୁ ଆସିଛି। ଗିଫ୍ଟ ନିଫ୍ଟି ୩୭ ପଏଣ୍ଟ ବୃଦ୍ଧି ପାଇ ୨୪,୫୫୬ରେ କାରବାର କରୁଛି। ବିଶେଷଜ୍ଞଙ୍କ କହିବା ମୁତାବକ ବଜେଟ ଉପସ୍ଥାପନା ଚାଲିଥିବା ସମୟରେ ଆକଳନ କରିବା ଠିକ୍‌ ନୁହେଁ। ବଜେଟ୍‌ ଉପସ୍ଥାପନା ଶେଷ ହେବା ପରେ ମାର୍କେଟରେ ଉତ୍ସାହ ଦେଖିବାକୁ ମିଳିବ।

Leave A Reply

Your email address will not be published.