Odisha Link
Bridging the Missing Links in Odisha

ସୁନା ପ୍ରେମୀଙ୍କ ପାଇଁ ଖୁସି ଖବର, ବଜେଟ୍ ପରେ ଶସ୍ତା ହେଲା ସୁନା ଦର

ଓଏଲ୍ ବ୍ୟୁରୋ: ଗତ କିଛି ଦିନ ହେବ ସୁନା ଦର ବଢ଼ିଚାଲିଥିଲା। ତେବେ ଆଜି ଗ୍ରାହକଙ୍କ ପାଇ ଏକ ପ୍ରକାର ଖୁସି ଖବର ଆସିଛି। ବଜେଟ ପରେ କମିଲା ସୁନା ଓ ରୂପା ଦର। ଲଗାତର ସୁନାଦର ବୃଦ୍ଧି ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା। ହେଲେ ଆଜି ସୁନାଦରରେ ହ୍ରାସ ପାଇବା ପରେ ଗ୍ରାହକଙ୍କ ମଧ୍ଯରେ ଆଶ୍ଵସ୍ତି ଆଣିଛି। ବଜେଟରେ ସୁନା, ରୂପାର ସୀମା ଶୁଳ୍କକୁ ୬ ପ୍ରତିଶତ ହ୍ରାସ କରାଯାଇଛି। ଏହା ପରେ ସୁନା ଦରରେ ପରିବର୍ତନ ଆସିଛି। ପୂର୍ବରୁ ୧୦ ଗ୍ରାମ ପିଛା ୬୭, ୫୦୦ ଥିଲା, ଏବେ ୬୪ ହଜାର ଛୁଇଁଛି। ପୂର୍ବରୁ ରୁପା କିଲୋ ୯୫ ହଜାର ଥିଲା, ଏବେ ୯୦ ହଜାର ଛୁଇଁଛି।

Leave A Reply

Your email address will not be published.