Odisha Link
Bridging the Missing Links in Odisha

ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, କାଲି ଯାଏଁ ଗୃହ ମୁଲତବି ଘୋଷଣା

ଓଏଲ୍ ବ୍ୟୁରୋ: ଜୁଲାଇ ୨୨ରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେଉଛି। ଦୁଇଟି ପର୍ଯ୍ୟାୟରେ ସେ‌ପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା। ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଏହା ପ୍ରଥମ ଅଧିବେଶନ। ଏହି ଅଧିବେଶନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ ମୋହନ ସରକାର। ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନର ଦ୍ୱିତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି।

ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅଙ୍କ ମାଡ଼ ଅଭିଯୋଗକୁ ନେଇ ବିଜେଡି ନାରାବାଜି କରିଛି। କଂଗ୍ରେସ ବିଧାୟକ ମଧ୍ୟ ହଟ୍ଟଗୋଳ କରିଛନ୍ତି। ଏଏସବୁ ଭିତରେ ବିଜେଡି ବିଧାୟକ ଧ୍ରୁବ ସାହୁ ବାଚସ୍ପତିଙ୍କ ମାଇକ ଭାଙ୍ଗିଥିବା ଅଭିଯୋଗ ହୋଇଛି। ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ଗୃହରେ ହଙ୍ଗାମା ଲାଗି ରହିଛି। ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ଆସନ୍ତାକାଲି ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ।

Leave A Reply

Your email address will not be published.