Odisha Link
Bridging the Missing Links in Odisha

ରାଜ୍ୟର ପ୍ରତି ଜିଲ୍ଲାରେ ହେବ ମେଡିକାଲ କଲେଜ

ଓଏଲ୍‌ ବ୍ୟୁରୋ: ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ମେଡିକାଲ କଲେଜ। ଏନେଇ ବିଧାନସଭାରେ ବିବୃତ୍ତି ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ପ୍ରତି ଜିଲ୍ଲାରେ ମେଡିକାଲ କଲେଜ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟି ବୋଲି କହିଛନ୍ତି ମୁକେଶ ମହାଲିଙ୍ଗ।

ସେ ଆହୁରି କହିଛନ୍ତି ଯେ ୨୪ ବର୍ଷରେ ପେସା ଆଇନ ଲାଗୁ ହୋଇ ନଥିବା କଥା ଉଠାଇ ଆମେ ଆଦିବାସୀ ଭାଇଭଉଣୀଙ୍କ ପାଇଁ ଏହା ଲାଗୁ କରିବୁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଅବସରରେ କହିଛନ୍ତି।

ଅପରପକ୍ଷେ ବିଧାନସଭାରେ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ଗୃହରେ ହୋହଲ୍ଲା, ହଙ୍ଗାମା କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ। ରାଜ୍ୟପାଳଙ୍କ ପୁଅଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି ହେବା ସହ ହୋହଲ୍ଲା ଭିତରେ ବାଚସ୍ପତିଙ୍କ ମାଇକ ଭାଙ୍ଗିଛନ୍ତି ଧ୍ରୁବ ସାହୁ। ଆଉ ବିରୋଧ ଓ ନାରାବାଜି ଭିତରେ ଗୃହକୁ ଆସନ୍ତାକାଲି ସାଢେ ୧୦ଟା ଯାଏଁ ମୁଲତବି ରଖାଯାଇଛି।

Leave A Reply

Your email address will not be published.