Odisha Link
Bridging the Missing Links in Odisha

ପରମ୍ପରାକୁ ସମ୍ମାନ, ଅର୍ଥମନ୍ତ୍ରୀଙ୍କୁ ମିଠା ଦହି ଖୁଆଇଲେ ରାଷ୍ଟ୍ରପତି

ଓଏଲ୍ ବ୍ୟୁରୋ: ଆଜି ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୦୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ସପ୍ତମ ଥର ପାଇଁ ଆଜି ବଜେଟ୍ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ। ୨୦୨୪-୨୦୨୫ ଆର୍ଥିକ ବର୍ଷ ବଜେଟ ଉପରେ ସମସ୍ତଙ୍କ ନଜର ରହିଛି। ବଜେଟ୍ ଉପସ୍ଥାପନା ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ମିଠା ଦହି ଖୁଆଇଲେ ରାଷ୍ଟ୍ରପତି। ପରମ୍ପରା ଅନୁସାରେ ଅର୍ଥମନ୍ତ୍ରୀଙ୍କୁ ମିଠା ଦହି ଖୁଆଇଲେ ରାଷ୍ଟ୍ରପତି।

କ୍ରମାଗତ ସପ୍ତମ ଥର ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନା କରିଥିବା ସୀତାରମଣ ଦେଶର ପ୍ରଥମ ଅର୍ଥମନ୍ତ୍ରୀ ହେବେ। ଏହାସହ ସେ ମୋରାଜୀ ଦେଶାଇଙ୍କ ରେକର୍ଡକୁ ପଛରେ ପକାଇ ଇତିହାସ ରଚିବେ। ଦେଶାଇ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ଅଧୀନରେ ଅର୍ଥମନ୍ତ୍ରୀ ଥିଲେ। ଏହି ସମୟରେ ସେ ସର୍ବାଧିକ ୬ଥର ବଜେଟ୍‌ ଉପସ୍ଥାପନ କରି ରେକର୍ଡ ସୃଷ୍ଟି କରିଥିଲେ। ସେ ୧୯୫୯ ରୁ ୧୯୬୪ ପର୍ଯ୍ୟନ୍ତ ପାଞ୍ଚଟି ପୂର୍ଣ୍ଣାଙ୍ଗ ବଜେଟ୍ ଏବଂ ଗୋଟିଏ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ। ପରେ ୧୯୭୭ରେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ସର୍ବାଧିକ ଥର ବଜେଟ୍ ଉପସ୍ଥାପନ କରିବାର ରେକର୍ଡ ବର୍ତ୍ତମାନ ସୁଦ୍ଧା ମୋରାଜୀ ଦେଶାଇଙ୍କ ପାଖରେ ରହିଛି।

୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଦ୍ୱିତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ କରିଥିଲେ। ସେହି ବର୍ଷ ଭାରତର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ ନିର୍ମଳା ସୀତାରମଣ। ଚଳିତ ବର୍ଷ ସୁଦ୍ଧା ସୀତାରମଣ କ୍ରମାଗତ ୬ଟି ବଜେଟ୍ ଉପସ୍ଥାପନ କରିଛନ୍ତି। ଏହାମଧ୍ୟରେ ୫ଟି ପୂର୍ଣ୍ଣାଙ୍ଗ ବଜେଟ୍‌ ଓ ଗୋଟିଏ ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ ସାମିଲ ଅଛି। ଗତ ଫେବୃଆରୀରେ ସୀତାରମଣ ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ ଉପସ୍ଥାପିତ କରିଥିଲେ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଜି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବା ପରେ ତାଙ୍କ ରେକର୍ଡ ୭ ଛୁଇଁବ।

Leave A Reply

Your email address will not be published.