Odisha Link
Bridging the Missing Links in Odisha

ବଜେଟ୍ ୨୦୨୪: ଆନ୍ଧ୍ର ଓ ବିହାର ପାଇଁ ଅର୍ଥମନ୍ତ୍ରୀଙ୍କ ବିଶେଷ ଘୋଷଣା

ଓଏଲ୍ ବ୍ୟୁରୋ: ଆଜି ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୦୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ସପ୍ତମ ଥର ପାଇଁ ଆଜି ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ। ୨୦୨୪-୨୦୨୫ ଆର୍ଥିକ ବର୍ଷ ବଜେଟ ଉପରେ ସମସ୍ତଙ୍କ ନଜର ରହିଛି। କ୍ରମାଗତ ସପ୍ତମ ଥର ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନା କରିଥିବା ସୀତାରମଣ ଦେଶର ପ୍ରଥମ ଅର୍ଥମନ୍ତ୍ରୀ ହୋଇଛନ୍ତି। ୪୭୬ ପୃଷ୍ଠାର ବଜେଟ୍ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ।

ପିଏମ୍ ଆବାସ ଯୋଜନାରେ ମିଳିବ ଆହୁରି ୩ କୋଟି ଘର। ଅନେକ ଗରିବ ଲୋକ ଏହି ଯୋଜନାରେ ଉପକୃତ ହେବେ। ଆନ୍ଧ୍ର ଓ ବିହାର ପାଇଁ ଅର୍ଥମନ୍ତ୍ରୀ ବିଶେଷ ଘୋଷଣା କରିଛନ୍ତି। ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ, ନୂଆ ଏୟାରପୋର୍ଟ, ମେଡିକାଲ କଲେଜ ପାଇଁ ଅନୁଦାନ ମିଳିବ। ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ପାଇଁ ପଦକ୍ଷେପ ନିଆଯିବ। ପୋଲାଭରମ ଆନ୍ଧ୍ରର ଜୀବନ ରେଖା, ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଯୋଜନାରେ ବି ଅନୁଦାନ ଘୋଷଣା କରାଯିବ।

Leave A Reply

Your email address will not be published.