Odisha Link
Bridging the Missing Links in Odisha

‘ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ’ ବିଜ୍ଞପ୍ତି ପ୍ରତ୍ୟାହର କଲା କ୍ରୀଡ଼ା ବିଭାଗ, ବଦଳିବନି ଗାଇଡଲାଇନ୍‌

ଓଏଲ୍‌ ବ୍ୟୁରୋ: ଜୁଲାଇ ୧୯ ତାରିଖରେ କ୍ରୀଡ଼ା ବିଭାଗ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ’ର ନାଁକୁ ଉଚ୍ଛେଦ କରି ‘ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ’ର ଗାଇଡଲାଇନ୍ ଜାରି କରିଥିଲା। ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିଲା। ଏବେ ‘ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ’ ଗାଇଡଲାଇନ୍ ବିଜ୍ଞପ୍ତିକୁ ବିଧିବଦ୍ଧ ଭାବେ ପ୍ରତ୍ୟାହାର କରିନେଇଛି କ୍ରୀଡ଼ା ବିଭାଗ।

କ୍ରୀଡ଼ା ବିଭାଗ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ବିଜ୍ଞପ୍ତି ଅନୁସାରେ ଉଲ୍ଲେଖ ରହିଛି ଯେ ବିଭାଗ ଦ୍ବାରା ୨୦୨୩ ଜୁନ୍‌ ୫ ତାରିଖରେ ଜାରି ହୋଇଥିବା ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ ଗାଇଡଲାଇନ୍‌ ପୂର୍ବପରି ବଳବତ୍ତର ରହିବ। କ୍ରୀଡ଼ା ବିଭାଗ ୨୦୨୪ ଜୁଲାଇ ୧୯ ତାରିଖରେ ଜାରି କରିଥିବା ବିଜ୍ଞପ୍ତିକୁ ପ୍ରତ୍ୟାହାର କରାଗଲା। ୧୯ ତାରିଖର ବିଜ୍ଞପ୍ତିକୁ ଆଜି ପ୍ରତ୍ୟାହାର କରାଯିବା ସମ୍ପର୍କରେ ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ଓ ସମସ୍ତ ବିଭାଗକୁ ଅବଗତ କରାଯାଇଛି।

Leave A Reply

Your email address will not be published.