Odisha Link
Bridging the Missing Links in Odisha

ଇଣ୍ଡିଆ ବିପକ୍ଷ ଟି-୨୦ ସିରିଜ ପାଇଁ ଶ୍ରୀଲଙ୍କା ଦଳ ଘୋଷିତ, ଚରିଥ ନୂଆ ଅଧିନାୟକ

ଓଏଲ୍‌ ବ୍ୟୁରୋ: ଶ୍ରୀଲଙ୍କା ଗସ୍ତରେ ଟିମ୍‌ ଇଣ୍ଡିଆ। ଶ୍ରୀଲଙ୍କା ବିପକ୍ଷରେ ହ୍ବାଇଟ୍‌ ବଲ୍‌ ସିରିଜ ଖେଳିବ ଭାରତ। ଭାରତୀୟ ଦଳ ଦ୍ବିପାକ୍ଷିକ ସିରିଜ ପାଇଁ କଲମ୍ବୋରେ ପହଁଞ୍ଚିସାରିଛି। ଅନ୍ୟପଟେ ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିଛି ଶ୍ରୀଲଙ୍କା। ଚରିଥ ଅସଳଙ୍କାଙ୍କୁ ଦଳର ଅଧିନାୟକ ପଦ ମିଳିଛି। ୧୬ ଜଣିଆ ଦଳ ଘୋଷଣା କରିଛି ଶ୍ରୀଲଙ୍କା। ଟି-୨୦ ସିରିଜ ପରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ ଖେଳାଯିବ। ଏଥିସହିତ ଭାରତୀୟ କ୍ରିକେଟରେ ଗମ୍ଭୀର ଯୁଗ ଆରମ୍ଭ ହେବ। ସବୁଠୁ ବଡ଼କଥା ହେଲା ଭାରତ-ଶ୍ରୀଲଙ୍କା ବିପକ୍ଷରେ ମୋଟି ୨୯ଟି ଟି-୨୦ ମ୍ୟାଚ୍‌ ଖେଳାଯାଇଛି। ଯେଉଁଥିରୁ ଭାରତୀୟ ଦଳ ୧୯ଟିରେ ବିଜୟୀ ହୋଇଥିବା ବେଳେ ଶ୍ରୀଲଙ୍କା ୯ଟି ମ୍ୟାଚରେ ବିଜୟୀ ହୋଇଛି।

ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଶ୍ରୀଲଙ୍କା ଦଳ:
ଚରିଥ ଅସଲଙ୍କା (ଅଧିନାୟକ), ପଥୁମ ନିସଙ୍କା, କୁସଲ ପରେରା, ଅବିଷ୍କା ଫର୍ଣ୍ଣାଡୋ, କୁସଳ ମେଣ୍ଡିସ, ଦିନେଶ ଚଣ୍ଡିମାଳ, କାମିନ୍ଦୁ ମେଣ୍ଡିସ, ଦାସୁନ ଶନାକା, ବାନିନ୍ଦୁ ହସରଙ୍ଗା, ଡୁନିଥ ବେଲ୍ଲାଲାଗେ, ମହେଶ ଥକ୍ଷଣା, ଚାମିଣ୍ଡା ବିକ୍ରମସିନ୍ଧେ, ମଥିଶା ପଥିରାନା, ନୁଓ୍ବାନ ତୁଷାର, ଦସ୍ମଂଥା ଚମିରା, ବିନୁରା ଫର୍ଣ୍ଣାଣ୍ଡୋ

ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ:
ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁଭମନ ଗିଲ୍‌ (ଉପଅଧିନାୟକ), ଯଶ୍ବସୀ ଜଶଓ୍ବାଲ, ରିଙ୍କୁ ସିଂହ, ରିୟାନ ପରାଗ, ଋଷଭ ପନ୍ତ, ସଞ୍ଜୁ ସାମସନ୍, ହାର୍ଦ୍ଦିକ ପାଣ୍ଡ୍ୟା, ଶିଭମ ଦୁବେ, ଅକ୍ଷର ପଟେଲ, ଓ୍ବାଶିଂଟନ୍‌ ସୁନ୍ଦର, ରବି ବିଶ୍ନୋଇ, ଅର୍ଶଦୀପ ସିଂହ, ଖଲୀଲ ଅହମ୍ମଦ, ମହମ୍ମଦ ସିରାଜ

ଭାରତ-ଶ୍ରୀଲଙ୍କା ଦ୍ବିପାକ୍ଷିକ ସିରିଜର କ୍ରୀଡ଼ା ସୂଚୀ:

ଜୁଲାଇ ୨୭: ପ୍ରଥମ ଟି-୨୦
ଜୁଲାଇ ୨୮: ଦ୍ବିତୀୟ ଟି-୨୦
ଜୁଲାଇ ୩୦: ତୃତୀୟ ଟି-୨୦

ଅଗଷ୍ଟ ୨: ପ୍ରଥମ ଦିନିକିଆ
ଅଗଷ୍ଟ ୪: ଦ୍ବିତୀୟ ଦିନିକିଆ
ଅଗଷ୍ଟ ୭: ତୃତୀୟ ଦିନିକିଆ

Leave A Reply

Your email address will not be published.