Odisha Link
Bridging the Missing Links in Odisha

ବଜେଟ୍ ୨୦୨୪: ୧୪ଟି ପ୍ରମୁଖ ଘୋଷଣା

ଓଏଲ୍‌ ବ୍ୟୁରୋ: ସଂସଦରେ ୨୦୨୪ ବଜେଟ ଉପସ୍ଥାପନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୧ ଘଣ୍ଟା ୨୩ ମିନିଟର ଭାଷଣରେ ବିଶେଷ ଭାବେ ଚାକିରିଆଙ୍କ ପାଇଁ ଭଲ ଖବର ଆଣିଛି। ନୂଆ ଟ୍ୟାକ୍ସ ରିଜିମ ଚୟନ କରିଥିବା ବ୍ୟକ୍ତିଙ୍କ ପାଇଁ ଏବେ ୭.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନକମ୍‌ ଟ୍ୟାକ୍ସ ଫ୍ରି ହୋଇଯାଇଛି। ସେହିପରି ଅର୍ଥମନ୍ତ୍ରୀ ଆନ୍ଧ୍ରପ୍ରଦେଶକୁ ୧୫ ହଜାର କୋଟି ଟଙ୍କା ଓ ବିହାରକୁ ୪୧ ହଜାର କୋଟି ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ଗୁଡ଼ିକୁ ଭିତ୍ତିଭୂମିର ବିକାଶ ପାଇଁ ସ୍ବତନ୍ତ୍ର ସ୍କିମ୍‌ ଋଣ ଦେବା ପାଇଁ ଘୋଷଣା କରିଛନ୍ତି।

ଜାଣନ୍ତୁ ନୂଆ ବଜେଟର କେତୋଟି ପ୍ରମୁଖ ଘୋଷଣା

ପ୍ରତିରକ୍ଷା ପାଇଁ ୪.୫ ଲକ୍ଷ କୋଟିର ବ୍ୟୟବରାଦ

କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ନିର୍ମାଣ କରାଯିବ

ଶକ୍ତି ନିରାପତ୍ତା ଏବଂ ପରିବର୍ତ୍ତନ ପାଇଁ ସରକାର ଏକ ନୀତି ଦସ୍ତାବିଜ ଆଣିବେ

ମୁଦ୍ରା ଯୋଜନା ଅଧୀନରେ ଋଣ ସୀମାକୁ ଦୁଇଗୁଣା କରି ୨୦ ଲକ୍ଷ ଟଙ୍କା କରାଯିବ

ଫ୍ରେସରଙ୍କୁ ଗୋଟିଏ ମାସର ଦରମା ତିନିଟି କିସ୍ତିରେ ୧୫୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିବ

ସହରାଞ୍ଚଳ ଘର ପାଇଁ ଶସ୍ତାରେ ଋଣ ପାଇଁ ସୁଧ ସବସିଡି ଯୋଜନା ଆଣିବେ ସରକାର

କୃଷି ଉତ୍ପାଦନ ବୃଦ୍ଧି, ଗବେଷଣା ଓ ଜଳବାୟୁ ପରିବର୍ତ୍ତନ ସହନକ୍ଷମ କିସମ ଉପରେ ଗୁରୁତ୍ବ

୧୦୦ଟି ସହରରେ ଶିଳ୍ପ ପାର୍କ ବିନିଯୋଗ ପାଇଁ ମଧ୍ୟ କେନ୍ଦ୍ର ସରକାର ପ୍ରୋତ୍ସାହିତ କରିବେ

ନୂଆ ଆୟକର ବ୍ୟବସ୍ଥା ଅନୁସାରେ ଆୟକର ଛାଡ଼ସୀମା ବଢିଲା, ଷ୍ଟାଣ୍ଡାର୍ଡ ଡିଡକ୍ସନ ୭୫୦୦୦କୁ ବୃଦ୍ଧି

ଘରୋଇ ଅନୁଷ୍ଠାନରେ ଉଚ୍ଚଶିକ୍ଷା ପାଇଁ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣ ପାଇଁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ

ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନାରେ ପ୍ରମୁଖ ୫୦୦ କମ୍ପାନିରେ ଯୁବପିଢିଙ୍କୁ ଇଣ୍ଟର୍ନସିପ ସୁବିଧା, ମାସିକ ୫ ହଜାର ଟଙ୍କା ଭତ୍ତା ମିଳିବ

ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନାରେ ପ୍ରମୁଖ ୫୦୦ କମ୍ପାନିରେ ଯୁବପିଢିଙ୍କୁ ଇଣ୍ଟର୍ନସିପ ସୁବିଧା, ମାସିକ ୫ ହଜାର ଟଙ୍କା ଭତ୍ତା ମିଳିବ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ ୨.୦ ଅଧୀନରେ ୧୦ ଲକ୍ଷ କୋଟି ଟଙ୍କା ବିନିଯୋଗ ରେ ୧ କୋଟି ପରିବାରକୁ ଗୃହ ଯୋଗାଇ ଦିଆଯିବ

ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀର ବିକାଶ ପାଇଁ ସରକାର ଚଳିତ ଆର୍ଥିକ ବର୍ଷ ଏବଂ ଭବିଷ୍ୟତ ବର୍ଷଗୁଡ଼ିକରେ ୧୫,୦ କୋଟି ଟଙ୍କା ବ୍ୟୟ ବରାଦ କରିବେ।

Leave A Reply

Your email address will not be published.