Odisha Link
Bridging the Missing Links in Odisha

କାଳିଆ ଯୋଜନାକୁ ନେଇ ବଢ଼ିଲା ଦ୍ବନ୍ଦ୍ବ, କୃଷି ମନ୍ତ୍ରୀଙ୍କ ଉତ୍ତର ଚର୍ଚ୍ଚାରେ

ଓଏଲ୍‌ ବ୍ୟୁରୋ: ମୋହନ ସରକାରର ପ୍ରଥମ ବିଧାନସଭା ଅଧିବେଶନ ଜାରି ରହିଛି। ୨୪ ବର୍ଷର ବିଜେଡି ସରକାର ଗାଦିଚ୍ୟୁତ ହେବା ପରେ ବିଜେପି ପ୍ରଥମ ଥର ପାଇଁ ଓଡ଼ିଶାର ଶାସନ ଗାଦିରେ ବସିଛି। ପୂର୍ବ ସରକାର ସମୟରେ ଥିବା ଅନେକ ଯୋଜନାର ଭବିଷ୍ୟତକୁ ନେଇ ଏବେ ବି ପ୍ରଶ୍ନଚିହ୍ନ ଲାଗିରହିଛି। ଖାସ୍ କରି ବିଏସକେଓ୍ୱାଇ ଏବଂ କାଳିଆ ଯୋଜନାକୁ ନେଇ ଚର୍ଚ୍ଚା ଏବେ ବି ଥମିବାର ନା ନେଉନି। ଏସବୁ ମଧ୍ୟରେ ଆଜି ବିଧାନସଭା ପ୍ରଶ୍ନକାଳରେ କାଳିଆ ଯୋଜନା କଥା ଉଠାଇଛନ୍ତି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ।

ବୁଧବାର ବିଧାନସଭାରେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କୃଷି ମନ୍ତ୍ରୀ କେଭି ସିଂ ଦେଓଙ୍କୁ କାଳିଆ ଯୋଜନା ସମ୍ପର୍କରେ ପ୍ରଶ୍ନ କରିଛନ୍ତି। ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ଯୋଜନାରେ ପ୍ରଦାନ କରାଯାଉଥିବା ରାଶି ଓ ଅନ୍ୟାନ୍ୟ ସୁବିଧା ଆଗାମୀ ଦିନରେ ଜାରି ରହିବ ନା ବନ୍ଦ ହେଇଯିବ? ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି। ଯାହାର ଉତ୍ତର ରଖିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।

ଶ୍ରୀ ସିଂହଦେଓ କହିଛନ୍ତି, ରାଜ୍ୟରେ କାଳିଆ ଯୋଜନା ସମ୍ପର୍କରେ ଉଚ୍ଚସ୍ତରରେ ଆଲୋଚନା ଓ ବିଚାର ଚାଲିଛି। ଏହାର ନିଷ୍ପତ୍ତି ହେଲା ପରେ ହିଁ ଏ ସମ୍ପର୍କରେ ସୂଚନା ଦିଆଯିବ। ତେବେ କାଳିଆ ଯୋଜନା ବନ୍ଦ ହେବ କି, ଜାରି ରହିବ ସେ ସମ୍ପର୍କରେ ଏବେ ବି ସ୍ପଷ୍ଟୋକ୍ତି ରଖିନାହାଁନ୍ତି ସମ୍ପୃକ୍ତି ବିଭାଗର ମନ୍ତ୍ରୀ।

Leave A Reply

Your email address will not be published.