Odisha Link
Bridging the Missing Links in Odisha

ସଂସଦରେ କୃଷକ ନେତାଙ୍କୁ ଭେଟିବାକୁ ଡାକିଥିଲେ ରାହୁଲ, ମିଳିଲାନି ଅନୁମତି; ତାପରେ…

ଓଏଲ୍‌ ବ୍ୟୁରୋ: ସଂସଦର ବଜେଟ୍‌ ଅଧିବେଶନ ଜାରି ରହିଛି। ଏସବୁ ମଧ୍ୟରେ ଆଜି ଲୋକସଭାର ବିପକ୍ଷ ଦଳର ନେତା ରାହୁଲ ଗାନ୍ଧୀ କିଛି କୃଷକ ନେତାଙ୍କୁ ଭେଟିବା ପାଇଁ ସଂସଦକୁ ନିମନ୍ତ୍ରଣ କରିଥିଲେ। ବୁଧବାର ସଂସଦ ଭବନକୁ ଯିବା ପାଇଁ କିଛି କୃଷକ ନେତା ଆସିଥିଲେ ହେଲେ ତାଙ୍କୁ ପ୍ରବେଶ କରିବାକୁ ଅନୁମତି ମିଳିନଥିଳା। ଯାହାକୁ ନେଇ ଉତକ୍ଷିପ୍ତ ହୋଇ ଉଠିଛନ୍ତି ରାହୁଲ ଗାନ୍ଧୀ।

ରାହୁଲ ଗାନ୍ଧୀ କହିଛନ୍ତି, କୃଷକ ନେତାଙ୍କୁ ଭେଟିବା ପାଇଁ ଡାକିଥିଲି। ହେଲେ ତାଙ୍କୁ ସଂସଦକୁ ଆସିବାକୁ ଦେଉ ନାହାନ୍ତି ଏବେର ସରକାର। କାରଣ ସେହି ଲୋକମାନେ କୃଷକ ଓ ତାଙ୍କୁ ସରକାର ସଂସଦରେ ଦେଖିବାକୁ ଚାହୁଁନାହାନ୍ତି। ପରେ ରାହୁଲ ଗାନ୍ଧୀଙ୍କ ହସ୍ତକ୍ଷେପ ପରେ କୃଷକ ନେତାଙ୍କୁ ସଂସଦ ଭିତରକୁ ଯିବାକୁ ଅନୁମତି ମିଳିଥିଲା।

ବଜେଟ ବିପକ୍ଷରେ ଇଣ୍ଡିଆ ମେଣ୍ଟର ନେତା ସଂସଦ ପରିସରରେ ବିରୋଧ ପ୍ରଦର୍ଶନ କରିଛନ୍ତି। ବିପକ୍ଷ ଦଳଙ୍କ ଅଭିଯୋଗ ଯେ ଏହି ବଜେଟରେ କେବଳ ଦୁଇଟି ରାଜ୍ୟ ପାଇଁ ଘୋଷଣା ହୋଇଛି। ଅନ୍ୟ ରାଜ୍ୟ ଗୁଡ଼ିକ ସହିତ କେନ୍ଦ୍ର ସରକାର ଭେଦଭାବ କରୁଥିବା ଅଭିଯୋଗ ଆଣିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହି ବଜେଟରେ ସଂଘୀୟ ବ୍ୟବସ୍ଥାର ବିରୋଧ ହୋଇଛି।

Leave A Reply

Your email address will not be published.