Odisha Link
Bridging the Missing Links in Odisha

ଓଡ଼ିଶା ପାଇଁ ୧୦ ହଜାର ୫୮୬ କୋଟିର ରେଳ ଅନୁଦାନ

ଓଏଲ୍‌ ବ୍ୟୁରୋ: ଚଳିତ ବଜେଟରେ ରେଳ ବିଭାଗକୁ ମିଳିଛି ୨ ଲକ୍ଷ ୬୨ ହଜାର କୋଟି ଟଙ୍କା। ସେ ମଧ୍ୟରୁ ଓଡ଼ିଶାକୁ ମିଳିଛି ୧୦ ହଜାର ୫୮୬ କୋଟି ଟଙ୍କାର ରେଳ ଅନୁଦାନ। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ସେ କହିଛନ୍ତି, ୟୁପିଏ ତୁଳନାରେ ୧୨ ଗୁଣା ଅଧିକ ଟଙ୍କା ମିଳିଛି।

ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ୟୁପିଏ ସମୟରେ ଓଡ଼ିଶାକୁ ୮୩୮ କୋଟି ଟଙ୍କା ମିଳୁଥିଲା। ବର୍ତ୍ତମାନ ଓଡ଼ିଶାରେ ୪୦ଟି ରେଳ ପ୍ରକଳ୍ପ କାମ ଚାଲିଛି। ପ୍ରକଳ୍ପରେ ୫୪ ହଜାର ୪୩୪ କୋଟି ଟଙ୍କା ନିବେଶ ହେବ। ସେ ଆହୁରି କହିଛନ୍ତି, ଓଡ଼ିଶାରେ ଶତ ପ୍ରତିଶତ ବିଦ୍ୟୁତକରଣ ହୋଇଯାଇଛି। ୧୦ ବର୍ଷରେ ୪୨୭ଟି ଫ୍ଲାଇଓଭର / ଅଣ୍ଡର ପାସ୍‌ ନିର୍ମାଣ ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀ ବୈଷ୍ଣବ।

Leave A Reply

Your email address will not be published.