ଉପବାଚସ୍ପତି ହେଲେ ଭବାନୀ ଭୋଇ
ଓଏଲ୍ ବ୍ୟୁରୋ: ଓଡ଼ିଶା ବିଧାନସଭାର ନୂତନ ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ। ସର୍ବସମ୍ମତି କ୍ରମେ ତାଙ୍କୁ ଓଡ଼ିଶା ବିଧାନସଭାର ନୂତନ ଉପବାଚସ୍ପତି ଭାବେ ଦାୟିତ୍ୱ ମିଳିଛି। ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିବାରୁ ସେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ଏନେଇ ବାଚସ୍ପତି ସୁରମା ପାଢ଼ୀ ଗୃହରେ ଘୋଷଣା କରିଛନ୍ତି।