ଦିନକ ପରେ ପ୍ୟାରିସ ଅଲିମ୍ପିକ୍ସ ୨୦୨୪, ୧୧୭ ଜଣ ଭାରତୀୟ ଖେଳାଳି କରୁଛନ୍ତି ପ୍ରତିନିଧିତ୍ବ

ଓଏଲ୍ ବ୍ୟୁରୋ: ରାତି ପାହିଲେ ଆରମ୍ଭ ହେବ କ୍ରୀଡ଼ା ମହାକୁମ୍ଭ। ଆଉ ଦିନକ ପରେ ବିଧିବଦ୍ଧ ଭାବେ ଆରମ୍ଭ ହେବ ପ୍ୟାରିସ୍ ଅଲିମ୍ପିକ୍ସ। ଚଳିତ ଅଲିମ୍ପିକ୍ସରେ ଭାରତର ୧୧୭ ଜଣ ଖେଳାଳି ଫ୍ରାନ୍ସ ଗସ୍ତ କରିଛନ୍ତି। ଆସନ୍ତାକାଲିଠୁ ଟିମ୍ ଇଣ୍ଡିଆ ଖେଳାଳିଙ୍କ ଭାଗ୍ୟ ପରୀକ୍ଷା ଆରମ୍ଭ ହେବ। ଜୁଲାଇ ୨୫ରେ ତୀରନ୍ଦାଜୀର ବ୍ୟକ୍ତିଗତ ରାଙ୍କିଙ୍ଗ ରାଉଣ୍ଡ ଲଢ଼େଇ ଆରମ୍ଭ ହେବ। ସେହିପରି ଭାରତୀୟ ସମୟ ରାତି ୧୧.୩୦ରେ ପ୍ୟାରିସ୍ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ।
ଗତଥର ଭାରତ ୭ଟି ପଦକ ଜିତିଥିଲା। ଏଥର ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି ସମସ୍ତେ ଆଶା ରଖିଛନ୍ତି। ବିଶ୍ୱର ବିଭିନ୍ନ ଷ୍ଟେଜରେ ଭାରତୀୟ ତୀରନ୍ଦାଜମାନେ ଭଲ ପ୍ରଦର୍ଶନ କରିଛନ୍ତି। କିନ୍ତୁ ଏଯାଏ ଦେଶକୁ ଏହି ଖେଳରେ ଅଲିମ୍ପିକ୍ସ ପଦକ ମିଳିନାହିଁ। ତେଣୁ ଏଥର ଭାଗ୍ୟ ବଦଳାଇବା ଲକ୍ଷ୍ୟ ରହିଛି।
ଅଲିମ୍ପିକ୍ସରେ ଭାରତର ପ୍ରଥମ ଦିନର ସେଡ୍ୟୁଲ:
ଜୁଲାଇ ୨୫: ଭାରତୀୟ ସମୟ ଅନୁସାରେ ସୂଚୀ
ତୀରନ୍ଦାଜୀ- ମହିଳା ଇଣ୍ଡିଭିଜୁଆଲ ରାଙ୍କିଙ୍ଗ ରାଉଣ୍ଡ(ଦୀପିକା କୁମାରୀ, ଅଙ୍କିତା ଭାକତ ଓ ଭଜନ କୌର)- ସମୟ ଦିନ ୧ଟା
ତୀରନ୍ଦାଜୀ- ପୁରୁଷ ବ୍ୟକ୍ତିଗତ ରାଙ୍କିଙ୍ଗ ରାଉଣ୍ଡ(ବି ଧୀରଜ, ତରୁଣଦୀପ ରାୟ ଓ ପ୍ରବୀଣ ଯାବଦ) – ସମୟ ସନ୍ଧ୍ୟା ୫.୪୫