ଆଇପିୟୁ ଉପସଭାପତି ହେଲେ ଅପରାଜିତା ଷଡ଼ଙ୍ଗୀ
ଓଏଲ୍ ବ୍ୟୁରୋ: ଓଡ଼ିଶା ସାଂସଦଙ୍କୁ ଗୁରୁ ଦାୟିତ୍ବ। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏସିଆ ପାସିଫିକ୍ ଗ୍ରୁପ୍ ଆଇପିୟୁର ଉପସଭାପତି ହୋଇଛନ୍ତି। ଆଇପିୟୁ କାର୍ଯ୍ୟକାରୀ କମିଟି ଦ୍ବାରା ତାଙ୍କୁ ମନୋନୀତ କରାଯାଇଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଜରିଆରେ ସୂଚନା ପାଇଥିବା ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।
ଆଇପିୟୁର କାର୍ଯ୍ୟକାରୀ କମିଟିର ସଦସ୍ୟ ଥିବା ଅପରାଜିତାଙ୍କୁ ବର୍ତ୍ତମାନ ଉପସଭାପତି ହୋଇଛନ୍ତି। ସେ ଗତ ମାର୍ଚ୍ଚ ମାସରେ ଜେନିଭାରେ ଆଇପିୟୁ ଆସେମ୍ବଲୀରେ ଭାଗ ନେଇଥିଲେ। ଏସିଆ ପାସିଫିକ୍ ଗ୍ରୁପ ସାଂସଦକୁ ନେଇ IPU- ଇଣ୍ଟର ପାର୍ଲିଆମେଣ୍ଟାରୀ ୟୁନିଅନ ରହିଛି।