ପୁରୀରେ ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ, କହିଲେ-ଅଳଙ୍କାର ଗଣତି ପାଇଁ ଏସଓପି ପ୍ରସ୍ତୁତ
ଓଏଲ୍ ବ୍ୟୁରୋ: ପୁରୀରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ରଥ ପହଂଚିଛନ୍ତି। ତାଙ୍କ ସାଙ୍ଗରେ ଅଛନ୍ତି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଆଦର୍ଶ ଗୋଏଲ। ପୁରୀରେ ପହଞ୍ଚିବା ପରେ ଜଷ୍ଟିସ ରଥ ପ୍ରତିକ୍ରିୟା ଦେଇ କହିଛନ୍ତି, ଅଳଙ୍କାର ଗଣତି ମଣତି ପାଇଁ ଏସଓପି ପ୍ରସ୍ତୁତ ହୋଇଛି। ରତ୍ନଭଣ୍ଡାର ମରାମତି ପାଇଁ ଏଏସଆଇକୁ ହସ୍ତାନ୍ତର କରାଯିବ। ମରାମତି ସରିଲେ ରତ୍ନଭଣ୍ଡାର ଭିତରେ ଗଣତି ଓ ମଣତି ହେବ। ସୁରକ୍ଷା ଦୃଷ୍ଟିରୁ ରତ୍ନଭଣ୍ଡାର ଭିତରେ ଗଣତି କରାଯିବ ବୋଲି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ରଥ କହିଛନ୍ତି।
ସୂଚନା ଅନୁସାରେ, ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ସ୍ଥାନାନ୍ତର କରାଯାଇଛି। ବହୁ ଦିନର ଅପେକ୍ଷା ପରେ ଏହା ସମ୍ଭବ ହୋଇଛି। ଏଏସଆଇ ରତ୍ନଭଣ୍ଡାରର ମରାମତି ପରେ ଗଣତି ଆରମ୍ଭ କରାଯିବ। ଏନେଇ ଏଏସଆଇ କମିଟିକୁ ଲିଖିତ ଆକାରରେ ଜଣାଇବ। ମରାମତି ପରେ ସିନ୍ଦୁକ ଓ ଆଲମିରା ଭିତର ଭଣ୍ଡାରକୁ ନିଆଯିବ। ଭିତର ରତ୍ନଭଣ୍ଡାରରେ ଗଣତି ହେବ। ମଣତି ଗଣତି କାର୍ଯ୍ୟ ପାଇଁ ବୈଷୟିକ ଜ୍ଞାନ ବ୍ୟବହାର ହେବ। ଏଥିପାଇଁ କିଛି ବିଶେଷଜ୍ଞଙ୍କୁ ସାମିଲ କରାଯିବ ବୋଲି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ସୂଚନା ଦେଇଛନ୍ତି।