Odisha Link
Bridging the Missing Links in Odisha

ପିଏମ୍‌ ସୂର୍ଯ୍ୟଘର ଯୋଜନାକୁ ନେଇ ବଡ଼ ଖବର, ଏଣିକି ମିଳିବ ୩ଶହ ୟୁନିଟ ମାଗଣା ବିଜୁଳି

ଓଏଲ୍ ବ୍ୟୁରୋ: ଜୁଲାଇ ୨୨ରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେଉଛି। ଦୁଇଟି ପର୍ଯ୍ୟାୟରେ ସେ‌ପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା। ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଏହା ପ୍ରଥମ ଅଧିବେଶନ। ଏହି ଅଧିବେଶନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ ମୋହନ ସରକାର। ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନର ତୃତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି।

ଏସବୁ ଭିତରେ ପ୍ରଶ୍ନକାଳରେ ଗଣେଶ୍ବର ବେହେରାଙ୍କ ପ୍ରଶ୍ନରେ ଶକ୍ତିମନ୍ତ୍ରୀ କେଭି ସିଂଦେଓଙ୍କ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ପିଏମ୍‌ ସୂର୍ଯ୍ୟଘର ଯୋଜନାରେ ୭୮ ହଜାରର ସହାୟତା ମିଳିବ। ପିଏମ୍‌ ସୂର୍ଯ୍ୟଘର ଯୋଜନାରେ ସୌରଶକ୍ତି ଦ୍ବାରା ବିଜୁଳି ମିଳିବ। ୩ କିଲୋୱାଟ ପର୍ଯ୍ୟନ୍ତ ସୋଲାର ପ୍ଲାଣ୍ଟ ସ୍ଥାପନ ପାଇଁ ସହାୟତା ମିଳିବ। ସୋଲାର ପ୍ଲାଣ୍ଟ ପାଇଁ ୭୮ ହଜାର ଟଙ୍କାର କେନ୍ଦ୍ରୀୟ ସହାୟତା ବ୍ୟବସ୍ଥା ରହିଛି। ଏଥିରେ ଉପଭୋକ୍ତା ମାସିକ ୩ଶହ ୟୁନିଟ ବିଦ୍ୟୁତ ଉପଯୋଗ କରିପାରିବେ।

Leave A Reply

Your email address will not be published.