Odisha Link
Bridging the Missing Links in Odisha

ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା, ୫୦୦ କୋଟି ବ୍ୟୟବରାଦ କଲେ ସରକାର

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭାରେ ୨୦୨୪-୨୫ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟ ସରକାରଙ୍କ ଅର୍ଥମନ୍ତ୍ରୀ ଭାବେ ମୋହନ ମାଝୀ ଖୋଦ ବଜେଟ ଉପସ୍ଥାପନା କରୁଛନ୍ତି। ୨୦୨୪-୨୦୨୫ ଆର୍ଥିକ ବର୍ଷ ପାଇଁ ମୋହନ ସରକାର ୨.୬୫ ଲକ୍ଷ କୋଟିର ବଜେଟ ବିଧାନସଭାରେ ଆଗତ କରିଛନ୍ତି।

ମହିଳା ଓ ଶିଶୁ ବିକାଶ ପାଇଁ ମୋହନ ସରକାର ୧୭,୯୪୨ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ସେହିପରି ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ସରକାର। ରାଜ୍ୟରେ ମହିଳାଙ୍କ ପାଇଁ ଆରମ୍ଭ ହେବ ସୁଭଦ୍ରା ଯୋଜନା। ରାଜ୍ୟ ବଜେଟରେ ୧୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ସରକାର।

ସେହିପରି ଆୟୁଷ୍ମାନ ଯୋଜନା ପାଇଁ ୫୦୦ କୋଟି ବ୍ୟୟବରାଦ କରିଛନ୍ତି ସରକାର ବୋଲି ଅର୍ଥମନ୍ତ୍ରୀ ଗୃହରେ ମନ୍ତବ୍ୟ ରଖିଛନ୍ତି। ସେହିପରି ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରିଛନ୍ତି ସରକାର ବୋଲି ବିବୃତି ରଖିଛନ୍ତି ଅର୍ଥମନ୍ତ୍ରୀ।

ଓଡ଼ିଶାରେ ସୃଷ୍ଟି ହେବେ ୨୫ ଲକ୍ଷ ‘ଲକ୍ଷପତି ଦିଦି’। ଏହି ଯୋଜନା କାର୍ଯ୍ୟକାରୀ ପାଇଁ ବଜେଟରେ ବ୍ୟୟ ବରାଦ ହୋଇଛି ୧ ହଜାର ୧୬୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଅନାଥ ଶିଶୁମାନଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଯଶୋଦା ଯୋଜନା ଘୋଷଣା କରିଛନ୍ତି ସରକାର। ଏଥିପାଇଁ ବଜେଟରେ ବ୍ୟୟ ବରାଦ ହୋଇଛି ୮୩ କୋଟି ରଖାଯାଇଛି।

ଗତ ଫେବ୍ରୁଆରୀ ମାସରେ ପୂର୍ବ ସରକାର କାମଚଳା ବଜେଟ ଉପସ୍ଥାପନା କରିଥିଲେ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସେ ସମୟରେ ମୋଟ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇ ଆର୍ଥିକ ବର୍ଷର ପ୍ରଥମ ତିନି ମାସ ପାଇଁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କା ପାଇଁ ବ୍ୟୟ ମଞ୍ଜୁରୀ ଅଣାଯାଇଥିଲା।

ବର୍ତ୍ତମାନ ମୋହନ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଣିଛନ୍ତି। ଏହା ମୋହନ ସରକାରର ପ୍ରଥମ ବଜେଟ। ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ କରୁଛନ୍ତି।

Leave A Reply

Your email address will not be published.